ଓଡିଶା

odisha

ETV Bharat / state

‘ଗୋଟିଏ ଛୋଟ ଭୁଲ ପାଇଁ ଆମ ପରିବାର ବହୁଦିନ ଧରି ସମସ୍ୟାରେ ପଡିଛନ୍ତି’ - କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଘର କଳି

ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି। ସେ କହିଛନ୍ତି ଯେ, ମୋର ଗୋଟେ ଛୋଟିଆ ଭୁଲ ପାଇଁ, ମୋ ପରିବାର ବହୁଦିନ ଧରି ସମସ୍ୟାରେ ଅଛନ୍ତି ।

mp anubhab react
ବର୍ଷା-ଅନୁଭବ ବିବାଦ

By

Published : Sep 7, 2020, 8:36 PM IST

Updated : Sep 7, 2020, 8:46 PM IST

କଟକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି। ସେ କହିଛନ୍ତି ଯେ, ମୋର ଗୋଟେ ଛୋଟିଆ ଭୁଲ ପାଇଁ, ମୋ ପରିବାର ବହୁଦିନ ଧରି ସମସ୍ୟାରେ ଅଛନ୍ତି । ଏହାସହ ତାଙ୍କ ପତ୍ନୀ ବର୍ଷାଙ୍କ ସିଧାସଳଖ ନାଁ ନନେଇ ଅନରେବଲ ମ୍ୟାଡାମ କହି ସମ୍ବର୍ଦ୍ଧନା କରିଛନ୍ତି । ଏହାସହ ପ୍ରଶ୍ନ ପଚାରିଛନ୍ତି, ଯଦି ତାଙ୍କ ଉପରେ ଘରୋଇ ହିଂସା ହେଉଥିଲା ଆଉ ଯଦି ସେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି, ତେବେ ତାଙ୍କ ଘରେ ଏବେ ବି ରହିବାର ମାନେ କ'ଣ ?

ବର୍ଷା-ଅନୁଭବ ବିବାଦ

ତାଙ୍କର ଏକ ଛୋଟିଆ ଭୁଲ ପାଇଁ ପରିବାର ପଶ୍ଚାତାପ କଥାକୁ ନେଇ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା କେଉଁ ଭୁଲ ନିଷ୍ପତ୍ତି ପ୍ରଶ୍ନରେ ଅନୁଭବ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମଧ୍ୟ ଜୋରଦାର ଭଡକିଛନ୍ତି । ତାଙ୍କ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ନଥିବାରୁ, ଏସବୁ ନିଜ ଚ୍ୟାନେଲର ଟିଆରପି ବଢାଇବାକୁ ହେଉଥିବା ପ୍ରଚାର ପ୍ରସାର ଘଟଣା ଯୋଗୁଁ ଯଦି ଭବିଷ୍ୟତରେ କିଛି ବାପାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଯିବ । ତାହାର ଦାୟୀ କିଏ ହେବ ବୋଲି କହି ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଅନୁଭବ ।

ତେବେ ମାମଲା ଏବେ ଅଦାଲତରେ ବିଚାରଧୀନ ରହିଥିବା ବେଳେ ଏହାକୁ କାହିଁକି ପ୍ରଚାର ପ୍ରସାର କରାଯାଉଛି ବୋଲି ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଅନୁଭବ। ସୂଚନା ଅନୁସାରେ, ବର୍ଷା 100 ନଂ ଡାଏଲ କରି ପୋଲିସକୁ ନିଜ ସୁରକ୍ଷା ମାଗିଥିଲେ । ଏହାପରେ ଅନୁଭବଙ୍କ ଘରେ ପୋଲିସ ପହଞ୍ଚିଥିଲା । ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ସମ୍ପର୍କରେ ଫାଟ ଘଟଣା ଏବେ ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 7, 2020, 8:46 PM IST

ABOUT THE AUTHOR

...view details