କଟକ: ୟୁକ୍ରେନ ଓ ଋଷ ମଧ୍ୟରେ ଅନେକ ଦିନ ଧରି ଲାଗି ରହିଥିବା ବିବାଦ ଯୁଦ୍ଧର ରୂପ ନେଇଛି । ୨ ରାଷ୍ଟ୍ର ମଧ୍ୟରେ ଆରମ୍ଭ ହୋଇଛି ଘମାଘୋଟ ଲଢେଇ । ଉଭୟ ରାଷ୍ଟ୍ର ପରସ୍ପରକୁ ବୋମା ଫିଙ୍ଗୁଥିବାବେଳେ ଏପଟେ ଥରି ଉଠିଛି ମା'ର ହୃଦୟ । ୟୁକ୍ରେନରେ କଟକ ପୁଅ ଫସି ରହିଥିବା ବେଳେ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କରିଛି ମାଆ ।
ୟୁକ୍ରେନରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି କଟକ ପୁଅ ଆର୍ଯ୍ୟମାନ ଅଭିଷେକ । ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ମାଆ ଅରୁଣା ଜ୍ୟୋତି ବିଶ୍ବାଳ। 6 ବର୍ଷ ଧରି ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି ଆର୍ଯ୍ୟମାନ । ତେବେ ବର୍ତ୍ତମାନ ସ୍ଥିତିରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତୀୟଙ୍କ ସୁରକ୍ଷା ଦିଗରେ ଉଠିଛି ବଡ଼ ପ୍ରଶ୍ନ। ତେବେ ଆର୍ଯ୍ୟମାନଙ୍କୁ ସୁରକ୍ଷାର ସହ ଘରକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ଅରୁଣା ।