ଓଡିଶା

odisha

ETV Bharat / state

Gangster Raja Arrest; ପୋଲିସ ପଞ୍ଝାରେ କୁଖ୍ୟାତ ଅପରାଧି ରାଜା, ବ୍ରାଉନସୁଗାର ଜବତ - ବ୍ରାଉନ ସୁଗାର କାରବାରରେ ରାଜା ଗିରଫ

ଗିରଫ ହେଲା କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ବସ୍ତିଆ ଓରଫ ରାଜା । ଗିରଫ ସମୟରେ 270 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଅଧିକ ପଢନ୍ତୁ

କୁଖ୍ୟାତ ଅପରାଧୀ ରାଜା ଗିରଫ, ବ୍ରାଉନସୁଗାର ବ୍ୟବସାୟରେ ଫସିଲା ରାଜା
କୁଖ୍ୟାତ ଅପରାଧୀ ରାଜା ଗିରଫ, ବ୍ରାଉନସୁଗାର ବ୍ୟବସାୟରେ ଫସିଲା ରାଜା

By

Published : Nov 26, 2021, 8:59 PM IST

କଟକ: ସିଲଭରସିଟିରୁ ଜବତ ହେଲା ଧଳା ଜହର । ଗିରଫ ହେଲା କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ବସ୍ତିଆ ଓରଫ ରାଜା । ତ୍ରିଶୂଳିଆ ବେଲଭୟୁ ଛକ ନିକଟରେ ଧଳା ଜହର ବ୍ୟବସାୟ ସମୟରେ ଲାଲବାଗ ଥାନା ପୋଲିସ ରାଜାକୁ କରିଛି ଗିରଫ । ଗିରଫ ସମୟରେ 270 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ମୂଲ୍ୟ 27 ଲକ୍ଷ ଟଙ୍କା ହେବ ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

କୁଖ୍ୟାତ ଅପରାଧୀ ରାଜା ଗିରଫ, ବ୍ରାଉନସୁଗାର ବ୍ୟବସାୟରେ ଫସିଲା ରାଜା

ତେବେ ରାଜା ନାଁରେ କଟକର ବିଭିନ୍ନ ଥନାରେ ଅନେକ ସଙ୍ଗୀନ ମାମଲା ରହିଛି । ଦୀର୍ଘ ଦିନ ଧରି ପୋଲିସ ହ୍ୟାଣ୍ଡକପରୁ ଖସୁଥିବା ରାଜା ଆଜି ପୋଲିସ ଅକ୍ତିଆରକୁ ଆସିଛି । ତେବେ ଜଗତସିଂହପୁରରୁ ଏହି ଧଳା ଜହର ଆସୁଥିବା ନେଇ ସ୍ପଷ୍ଟ କରିଛି କମିଶନରେଟ ପୋଲିସ । ତେବେ କମିଶନରେଟ ପୋଲିସର ଡ୍ରଗ୍ସ କାରବାରକୁ ନା ଅଭିଯାନରେ ଏଯାବତ୍‌ 5 କେଜିରୁ ଊର୍ଦ୍ଧ୍ବ ଧଳା ଜହର ଜବତ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details