ଓଡିଶା

odisha

ETV Bharat / state

ଦାଦାବଟି ମାଗି ଗିରଫ ହେଲା କୁଖ୍ୟାତ ଅପରାଧୀ କୁନା - most wanted criminal kuna arrested in cuttack

କୁଖ୍ୟାତ ଅପରାଧୀ କୁନାକୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ । ତା ନିକଟରୁ ଏକ ପିସ୍ତଲ , 5 ରାଉଣ୍ଡ ଅଫୁଟା ଗୁଳି , ଏକ କାର ଓ ଦାମି ମୋବାଇଲ ଜବତ ହୋଇଛି ।

ଦାଦାବଟି ମାଗି ଗିରଫ ହେଲା କୁଖ୍ୟାତ ଅପରାଧୀ କୁନା
ଦାଦାବଟି ମାଗି ଗିରଫ ହେଲା କୁଖ୍ୟାତ ଅପରାଧୀ କୁନା

By

Published : Aug 23, 2020, 8:20 PM IST

କଟକ: ଚାଉଳିଆଗଞ୍ଜ ପୋଲିସକୁ ମିଳିଛି ବଡ ସଫଳତା । କୁଖ୍ୟାତ ଅପରାଧୀ କୁନା ଗିରଫ । ଏକ ଲୁଟ ମାମଲାରେ ଗିରଫ ହୋଇଛି କୁନା । ତା ନିକଟରୁ ଏକ ପିସ୍ତଲ , 5 ରାଉଣ୍ଡ ଅଫୁଟା ଗୁଳି , ଏକ କାର ଓ ଦାମି ମୋବାଇଲ ଜବତ ହୋଇଛି ।

ଦାଦାବଟି ମାଗି ଗିରଫ ହେଲା କୁଖ୍ୟାତ ଅପରାଧୀ କୁନା

ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳର ହୃଷିକେଶ ମହାନ୍ତି କଟକର ଶିଖରପୁରରେ ଏକ ସଂସ୍ଥାରେ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି । 19 ତାରିଖ ଦିନ କୁନା ଓ ତାଙ୍କ ଦୁଇ ସାଥି ସିଧାସଳଖ ହୃଷିକେଶଙ୍କ ଅଫିସରେ ପଶି ବନ୍ଧୁକ ଦେଖାଇ ବଟି ମାଗିଥିଲେ। ଏହି ମାମଲାରେ ଆଜି କୁନାକୁ ଗିରଫ କରିଛି ପୋଲିସ । ତେବେ କୁନା ନାଁରେ କଟକର ବିଭିନ୍ନ ଥାନାରେ 13 ମାମଲା ରହିଥିବା ପୋଲିସ ପକ୍ଷରୁ ସ୍ପଷ୍ଟ ହୋଇଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details