ଓଡିଶା

odisha

ETV Bharat / state

ଧରାଛୁଆଁ ଦେଉନାହାନ୍ତି ସୌରିନ ଭଟ୍ଟ: ଲୁଚକାଳି ଖେଳ ବଢାଇବ କି ଅଡୁଆ ? ଶୁଣନ୍ତୁ କ'ଣ କହୁଛନ୍ତି ଆଇନଜୀବୀ - odisha police serves look out notice

ଲୁକ୍ ଆଉଟ୍ ସର୍କୁଲାର୍ ଜାରି ପରେ ବି ସୌରିନଙ୍କ ଟେର୍ ପାଉନି ପୋଲିସ। ବିଭିନ୍ନ ସ୍ଥାନରେ ପୋଲିସ ଜାଲ ବିଛାଇଥିବାବେଳେ ସେ ଧରା ଛୁଆଁ ଦେଉନାହାନ୍ତି। ଅଧିକ ପଢନ୍ତୁ

more trouble for singer sourin bhatt
ବଢିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ

By ETV Bharat Odisha Team

Published : Sep 21, 2023, 10:12 PM IST

ବଢିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ

କଟକ:ଲୁକ୍ ଆଉଟ୍ ସର୍କୁଲାର୍ ଜାରି ପରେ ବି ମିଳୁନି ସୌରିନଙ୍କ ପତ୍ତା । ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ବଢିଛି ବହୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ । ବିଶେଷକରି ସୌରିନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଜାଲ ବିଛାଇଥିବାବେଳେ ସେ ଧରା ଛୁଆଁ ଦେଉନାହାନ୍ତି । ତେବେ ସୌରିନଙ୍କ ଲୁଚକାଳି ଖେଳ ତାଙ୍କ ଅଧିକ ଅଡୁଆ ହେବ ବୋଲି ଆଇନଜୀବୀ ଆକଳନ କରିଛନ୍ତି ।

ପୋଲିସକୁ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ସେ କୋର୍ଟଙ୍କ ସର୍ତ୍ତ ବି ଉଲ୍ଲଘଂନ କରିଛନ୍ତି ।ଫଳରେ ତାଙ୍କ ପାଇଁ ଆଉ କୌଣସି ଆଇନର ବାଟ ନଥିବା ହାଇକୋର୍ଟର ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି । ଆଇନଜୀବୀ ଆଲୋକ ମହାପାତ୍ରଙ୍କ କହିବା ଅନୁଯାୟୀ, "ଉପର କୋର୍ଟ ଅର୍ଥାତ ସୁପ୍ରିମକୋର୍ଟ ଯିବା ପାଇଁ ଯଦିଓ ସୌରିନଙ୍କ ପାଇଁ ଏକମାତ୍ର ବାଟ ରହିଛି, ତଥାପି ସେଠାରେ ତାଙ୍କୁ ନିରାଶ ହେବାକୁ ପଡିପାରେ । ଏଭଳି ସ୍ଥିତିରେ ସୌରିନ ବନ୍ଧା ହେବା ଏକପ୍ରକାର ସୁନିଶ୍ଚିତ ।"

ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ସୌରିନ ତଦନ୍ତରେ ସହଯୋଗ ନକରିବାରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ହାଇକୋର୍ଟ ଜାମିନ ଖାରଜ କରିବା ପରେ ତଦନ୍ତରେ ସହଯୋଗ କରୁ ନାହାନ୍ତି ସୌରିନ। ଏପରିକି ତାଙ୍କୁ ଖୋଜିବାକୁ ପୋଲିସର ଏକ ଟିମ୍ କୋଲକାତା ଯାଇଥିବାବେଳେ ଖାଲି ହାତରେ ଫେରିବାକୁ ପଡିଛି । ସୌରିନଙ୍କୁ ଖୋଜିବାକୁ କୋଲକାତାର 3 ଟି ସ୍ଥାନରେ ଛାନଭିନ କରିଥିଲା ପୋଲିସ। ତଦନ୍ତରେ ସହଯୋଗ କରୁ ନଥିବାରୁ ତାଙ୍କ ବିରୋଧରେ NBW ଇସ୍ୟୁ କରାଯିବ ବୋଲି କଟକ ଡିସିପି ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ଯୁବତୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ପରେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ଥାନାରେ ହାଜର ହେଵା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଚିହ୍ନି ନଥିବା କହିଥିଲେ । ହେଲେ ସୌରିନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଟଙ୍କା ନେଣ ଦେଣ ମଧ୍ୟ ହେଉଥିଲା ବୋଲି ଏସିପି ସୂଚନା ଦେଇଛନ୍ତି। ସୌରୀନଙ୍କ ଵୟାନ ରେକର୍ଡ କରିଥିଲା ପୋଲିସ । ପରେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ମିଳିଥିଲା ଆଶ୍ୱସ୍ତି । ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା । ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ପୀଡ଼ିତାଙ୍କ CRPC ର ଧାରା ୧୬୪ ରେ ବୟାନ ରେକର୍ଡ ଦାଖଲ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହା ବି ପଢନ୍ତୁ...Harassment Case: ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଶାରିରୀକ ନିର୍ଯାତନା ସହ ସୌରୀନ ତାଙ୍କ ଠାରୁ ୯ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ଯୁବତୀ । ଯୁବତୀ ଜଣକ ପେସାରେ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବାବେଳେ ଗୀତ ଗାଇବାରେ ତାଙ୍କର ନିଶା ରହିଥିଲା । ଏକ ଷ୍ଟେଜ ଶୋ' ବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହେବା ପରେ ଧୀରେ ଧୀରେ ସମ୍ପର୍କ ଘନିଷ୍ଠ ହେବାରୁ ପରସ୍ପରକୁ ବିବାହ କରିବାକୁ ଉଭୟ ରାଜି ହୋଇଥିଲେ ବୋଲି ପୋଲିସ ନିକଟରେ ବୟାନ ଦେଇଛନ୍ତି ଅଭିଯୋଗକାରିଣୀ । ମାତ୍ର ସୌରିନ ବିବାହ କରିବାକୁ ପ୍ରଲୋଭନ ଦେଖାଇ ସଂପୃକ୍ତ ଯୁବତୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ।

ଇଟିଭି ଭାରତ, କଟକ

ABOUT THE AUTHOR

...view details