କଟକ: ସମସ୍ୟା ଘେରରେ SCB ମେଡିକାଲ । ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ହେଲେ ବୃଦ୍ଧି ପାଉ ନାହିଁ ବେଡ୍ । ବିଭିନ୍ନ ଅସୁବିଧାର ସମ୍ମଖୀନ ହେଉଛି ରୋଗୀ । SCBକୁ ବିଶ୍ବସ୍ତରୀୟ ମେଡିକାଲ କରିବା ପାଇଁ ସରକାର କଥାରେ କହୁଥିବା ବେଳେ କାର୍ଯ୍ଯରେ କରିବା କଟକବାସୀଙ୍କ ପାଇଁ ସ୍ବପ୍ନ ବୋଲି କହିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ପ୍ରହସନ ପାଲଟିଛି SCB ଏମ୍ସ ପ୍ଲସ ସ୍ୱପ୍ନ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ଯ ବିଭାଗ ବର୍ତ୍ତମାନ ଦୁରାଵସ୍ଥା ଦେଇ ଗତି କରୁଛି । ମେଡିକାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତର ପର୍ଯ୍ୟାପ୍ତ ପରିମାଣରେ ନାହିଁନ୍ତି । ଯାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ଏସିବି ମେଡିକାଲ ପରିଦର୍ଶନ କରି ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ ।
ମୋକିମ କହିଛନ୍ତି, "ବର୍ତ୍ତମାନ ସମୟରେ ଯେତିକି ଲୋକ ସଂଖ୍ୟା ବଢି ଚାଲିଛି ସେହି ଅନୁସାରେ ରୋଗ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ SCB ଭଳି ବଡ଼ ମେଡିକାଲରେ ଯେଉଁ ଅବସ୍ଥା ରହିଛି ତାହା ନକହିବା ଭଲ । ଘଣ୍ଟାଘଣ୍ଟା ରୋଗୀ ଅପେକ୍ଷାରେ ରହୁଛନ୍ତି । ମେଡିସିନଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ପାଇଁ ଦିନ ବିତି ଯାଉଛି । ଅନ୍ୟପଟେ ବେଡ଼ ନାହିଁ ରୋଗୀ ତଳେ ପଡି ଚିକିତ୍ସା ହେଉଛିନ୍ତି । ପୁରୁଣା ବିଲ୍ଡିଂରେ ଏପରି ସମସ୍ୟାମାନ ଲାଗି ରହିଛି । ତେଣୁ ରାଜ୍ୟ ସରକାର ବେଳହୁଁ ସାବଧନ ହେବା ଆବଶ୍ୟକ । କାରଣ ଅନେକ ବିଭାଗରେ ଡାକ୍ତର ନାହାନ୍ତି । ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ମେସିନ ମଧ୍ୟ ଦୁରାଵସ୍ଥାରେ ରହିଛି । ତେଣୁ ଏହା ଉପରେ ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି ବିଧାୟକ ମୋକିମ ।"