ଓଡିଶା

odisha

By

Published : May 25, 2019, 5:38 AM IST

ETV Bharat / state

‘ମୋଦି ଫିଭର ଯୋଗୁଁ ଏଥର କମିଛି ଭୋଟ’

ଷଷ୍ଠ ଥର ପାଇଁ କଟକ ଲୋକସଭା ଆସନରୁ ସାଂସଦ ପଦ ହାତେଇଛନ୍ତି ଭର୍ତ୍ତୃହରି ମହତାବ । । ତେବେ ଷଷ୍ଠ ଥର ପାଇଁ ସାଂସଦ ହୋଇଥିବାରୁ କ’ଣ ରହିଛି ତାଙ୍କର ପ୍ରତିକ୍ରିୟା, ଶୁଣନ୍ତୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଷଷ୍ଠ ଥର ପାଇଁ କଟକ ଲୋକସଭା ଆସନରୁ ସାଂସଦ ପଦ ହାତେଇଛନ୍ତି ଭର୍ତ୍ତୃହରି ମହତାବ । ଏନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିବା ସହ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ତେବେ ଷଷ୍ଠ ଥର ପାଇଁ ସାଂସଦ ହୋଇଥିବାରୁ କ’ଣ ରହିଛି ତାଙ୍କର ପ୍ରତିକ୍ରିୟା, ଶୁଣନ୍ତୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସାଂସଦ ହେବା ପରେ କେନ୍ଦ୍ର ପାଖରେ ନିଜର ଦାବି ସଠିକ ଭାବେ ଉପସ୍ଥାପନା କରିବା ଓ ଓଡିଶାର କଥାକୁ ଦିଲ୍ଲୀରେ ଦୃଢତାର ସହ ଉପସ୍ଥାପନା କରିବା ମୁଖ୍ୟ ଉଦ୍ଦେଶ୍ୟ ରହିବ । ଏଥିସହ ଭତ୍ତୃହରିଙ୍କ କହିବା ଅନୁଯାୟୀ ବିଗତ ପାଞ୍ଚ ବର୍ଷରେ କଟକରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି । ଜଳସେଚନଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା, ପ୍ରତିଟି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ଫଳରେ ଲୋକଙ୍କ ସହଯୋଗ ମିଳିଛି ଏବଂ ନିର୍ବାଚନ ମଇଦାନରେ ପୁଣି ଜୟଯୁକ୍ତ ହୋଇଛି ।

ଯଦିଓ ମୋଦିଙ୍କ ଫିଭର ସହରାଞ୍ଚଳରେ ରହିଥିଲା, ତଥାପି ଲୋକଙ୍କ ସହୟୋଗ ପୂର୍ଣ୍ଣ ମାତ୍ରାରେ ବିଜେଡିକୁ ମିଳିପାରିଛି । ସେପଟେ ମୋଦି ଫିଭର ଯୋଗୁଁ ଭୋଟ କମିଥିବା ମଧ୍ୟ ପ୍ରକାଶ କରିଛନ୍ତି ଭର୍ତ୍ତୃହରି । ତେବେ ଗ୍ରାମାଞ୍ଚଳମାନଙ୍କରେ ରହିଥିବା କିଡନୀ ସମସ୍ୟା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ଅନେକ ନିଆଯିବ ବୋଲି ସେ କହିଛନ୍ତି ।

ସଂସଦରେ ସିଟ୍‌ କମିବା ପ୍ରସଙ୍ଗ ନେଇ ପଚରା ଯିବାରୁ ସେ ଉତ୍ତର ଦେଇଥିଲେ କି ଏହା କିଛି ବଡ କଥା ନୁହେଁ । ଏନେଇ ନବୀନ ପଟ୍ଟନାୟକ ସଂସଦୀୟ ବୈଠକ ଡାକିବେ, ଯେଉଁଠାରେ ଏସମ୍ପର୍କରେ ଆଲୋଚନା କରାଯିବ । ତେବେ ବିଜେପିରୁ ସମ ଦୂରତା ବଜାୟ ରଖିବା କଥାକୁ ସିଧାସଳଖ ମନା ନ କଲେ ବି ଯିଏ ଓଡିଶାର ସ୍ବାର୍ଥ ପ୍ରତି ଦୃଷ୍ଟି ଦେବ ତାକୁ ଦଳ ସମର୍ଥନ ଦେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଭର୍ତ୍ତୃହରି ।

କଟକରୁ ପ୍ରଭୁ କଲ୍ୟାଣ ପାଲ ଓ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details