କଟକ: ଦରଘା ବଜାର ଥାନା ଅନ୍ତର୍ଗତ ନେଜାତୀ ଜନ୍ମ ସଂଗ୍ରାହଳୟରେ ଅଚାନକ ଏକ ଘଟିଲା ବଡ଼ ଧରଣର ବିସ୍ଫୋରଣ । ଯେଉଁଥିରେ ଲିକ ହୋଇଛି ରେଡିଏସନ । ଭିତରେ ଫଶି ରହିଯାଇଛନ୍ତି ଅନେକ ଲୋକ । ଏଭଳି ଏକ ମକଡ୍ରିଲ ହୋଇଯାଇଛି । ତେବେ ଲୋକଙ୍କୁ କିପରି ଉଦ୍ଧାର କରାଯାଇ ପାରିବ ଓ କିପରି ରେଡିଏସନର ସ୍ରୋତକୁ ତୁରନ୍ତ ଚିହ୍ନଟ କରାଯାଇ ପାରିବ ସେନେଇ NDRF ପକ୍ଷରୁ କରାଯାଇଛି ମକଡ୍ରିଲ ।
Mock Drill: ନେତାଜୀ ଜନ୍ମ ସଂଗ୍ରହାଳୟରେ ମକଡ୍ରିଲ - Azadi Ka Amrit Mahotsav celebration
କଟକରେ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀର ମିଳିତ ଉଦ୍ୟମରେ ମକଡ୍ରିଲ ଆୟୋଜିତ ହୋଇଥିଲା । ଯେଉଁଥିରେ ଦରଘା ବଜାର ଥାନା ଅନ୍ତର୍ଗତ ନେତାଜୀ ଜନ୍ମ ସଂଗ୍ରାହଳୟରେ ଅଚାନକ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ଏବଂ ଉଦ୍ଧାର ମଧ୍ୟ ଚାଲିଥିଲା । ଅଧିକ ପଢନ୍ତୁ
ଆତଙ୍କବାଦୀ ଆକ୍ରମଣରୁ ରକ୍ଷା ପାଇଁ ମକଡ୍ରିଲ
ଆତଙ୍କବାଦୀ ଆକ୍ରମଣରୁ ରକ୍ଷା ପାଇଁ ମକଡ୍ରିଲ
ସ୍ଥାନୀୟ ପୋଲିସ ଓ ଦମକଳ ବାହୀନିର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ସମଗ୍ର ଦେଶରେ ପାଳନ କରାଯାଉଥିବା ‘ଆଜାଦୀ କା ଅମୃତ’ ମହୋତ୍ସବରେ ବିଭିନ୍ନ ଐତିହ୍ୟ କିର୍ତ୍ତୀରେ ଏଭଳି କାର୍ଯ୍ୟକ୍ରମ କରି ଲୋକଙ୍କ ଭିତରେ ସଚେତନତାର ବାର୍ତ୍ତା ପହଞ୍ଚାଉଛି NDRF । ତେବେ ଏହି ମକଡ୍ରିଲରେ ଏନଡିଆରଏଫ ଟିମ, କମିଶନରେଟ ପୋଲିସ ଅଧିକାରି, ଅଗ୍ନିଶମ ବିଭାଗର ଅଧିକାରୀ ଯୋଗ ଦେଇଥଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ