କଟକ: ଦିନ କେଇଟା ପରେ ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ । ବାଲିଯାତ୍ରାରେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେ ଦିଗରେ ତତ୍ପରତା ଦେଖାଇଛନ୍ତି ଜିଲ୍ଲାପାଳ । ଚଳିତବର୍ଷ ବାଲିଯାତ୍ରାର ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ସ୍ବଚ୍ଛତା ଓ ପ୍ରଦୂଷଣ ମୁକ୍ତ ପରିବେଶ । ଏହାକୁ ଫୋକସରେ ରଖି ରବିବାର କଟକରେ 'ମୋ କଟକ ସାଇକେଲ ରାଲି' ଅଭିଯାନ ହୋଇଛି । ଏହି ସାଇକେଲ ରାଲି ମାଧ୍ୟମରେ ଜିଲ୍ଲାପାଳ ଲୋକଙ୍କ ମଧ୍ୟରେ ଏକ ନୈତିକ ବାର୍ତ୍ତା ବାଣ୍ଟିଛନ୍ତି ।
ସାଇକେଲ ରାଲିରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ ଏସ ଜାଭେରି ଏଥିରେ ଯୋଗ ଦେଇଥିଲେ । ସ୍ବଚ୍ଛତା ଓ ପ୍ରଦୂଷଣ ରୋକିବା ଦିଗରେ କିପରି ସଚେତନତା ଅଣାଯାଇ ପାରିବ ସେ ନେଇ କଟକର ପ୍ରମୁଖ ସ୍ଥାନ ସାଇକେଲ ଯୋଗେ ବୁଲିଥିଲେ ମୁଖ୍ୟ ବିଚାରପତି । ତେବେ ଦୈନନ୍ଦିନ ଜୀବନରୁ ଗୋଟିଏ ଦିନ ପାଇଁ ଯଦି ସବୁ ଗାଡି ମଟରକୁ ବାଦ ଦିଆଯାଏ ତେବେ ପ୍ରଦୂଷଣକୁ ରୋକାଯିବା ସହ ଶରୀର ସୁସ୍ଥ ରହିବ ।