କଟକ:ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ (Cm Naveen Cuttack Visit) ବିରୋଧ କରି ମୌନବ୍ରତରେ ବସିଲେ କଟକ ବାରବାଟୀ ବିଧାୟକ (Mla Mohammad Moquim hold Protest) ।
ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନ ଆସି ସାରା ରାଜ୍ୟରେ ବୁଲୁଛନ୍ତି କିନ୍ତୁ ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଷୟରେ ଆଲୋଚନା କରୁନାହାଁନ୍ତି ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ ।
Cm Naveen Cuttack Visit: ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ମୌନ ବ୍ରତରେ ବସିଲେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ସମୟରେ ପୁରୀଘାଟ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ଥିବା ସତ୍ତ୍ବେ ପ୍ରତ୍ୟାଖ୍ୟାନ କରି ଧାରଣାରେ ବସିଛନ୍ତି ବିଧାୟକ ମୋକିମ ।
କଟକ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ କଟକ ଆସିଛନ୍ତି ସେଥିପାଇଁ ତାଙ୍କୁ ବିରୋଧ କରିନାହାଁନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ବିଭିନ୍ନ ଅଞ୍ଚଳ ଯାଇ ପାରୁଥିବା ବେଳେ ବିଧାନସଭା ନଯିବା ଓ ଲୋକଙ୍କର ସ୍ବାର୍ଥ ସମ୍ପର୍କରେ ଆଲୋଚନା ନକରିବାକୁ ବିରୋଧ କରିଛନ୍ତି। ଏହାକୁ ନେଇ ବିଧାୟକ ମହମ୍ମଦ ମୋକିମ ଧାରଣାରେ ବସିଛନ୍ତି।
ସୂଚନାଥାଉକି ସୋମବାର ମୁଖ୍ୟମନ୍ତ୍ରୀ କଟକ ଗସ୍ତ କରି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି । ଏଥି ସହିତ କଟକ ଜିଲ୍ଲାରେ ଅନ୍ୟ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜିଲ୍ଲାରେ ପାଖାପାଖି ୫ ଲକ୍ଷ ୫ ହଜାରରୁ ଅଧିକ ହିତାଧିକାରୀ କାର୍ଡ ଦ୍ବାରା ଉପକୃତ ହେବେ । କାର୍ଡ ବିତରଣ ପରେ ଜିଲ୍ଲାରେ ୨୬୭ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ୧୪୫୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ