କଟକ:ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ ଉଦ୍ୟମ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ନିକଟରେ କୁଶ ପୁତ୍ତଳିକା ଦାହ କରିବା ପାଇଁ ଆସିଥିବା ଲୋକ ଓ ପ୍ରତାପ ଜେନାଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଛି । ପୋଲିସ ଉପସ୍ଥିତିରେ ଏହି ଗଣ୍ଡଗୋଳ ହୋଇଥିଲେ ମଧ୍ୟ ଗଣ୍ଡଗୋଳକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବେଶ କିଛି ସମୟ ଲାଗିଥିଲା । ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କ ଆଇପିସିର ଧାରା 302, 506, 102b ଆଧାରରେ ମୋକଦ୍ଦମା ଚାଲିବ ବୋଲି ଏମଏଫ୍ସି ସାଲେପୁର ନିର୍ଦ୍ଦେଶ ଦେବା ପରେ ପ୍ରତାପ ଜେନାଙ୍କ ବିରୋଧୀ ହଠାତ ସକ୍ରିୟ ହୋଇ ଉଠିଛନ୍ତି । ତେବେ ପରିସ୍ଥିତି ବର୍ତ୍ତମାନ ଯଦିଓ ନିୟନ୍ତ୍ରଣ ରହିଛି ତଥାପି ଘଟଣାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି ।
ଏହି ରାୟ ଶୁଣାଇଥିଲେ କୋର୍ଟ:
2021 ମସିହା ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଆଗକୁ ଅଦାଲତି ମାମଲାର ସମ୍ମୁଖୀନ ହେବେ । ମୃତକଙ୍କ ପରିବାର ପକ୍ଷରୁ ଦାଖଲ ହୋଇଥିବା ପ୍ରୋଟେଷ୍ଟ ପିଟିସନକୁ କୋର୍ଟ ଗ୍ରହଣ କରିଛନ୍ତି ଏବଂ ଆଇପିସିର ଧାରା 302, 506, 102b ଆଧାରରେ ପ୍ରତାପ ଜେନାଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିବ ବୋଲି ଜେଏମଏଫସି ସାଲେପୁର ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ପ୍ରତାପ ଏବେ ମହଙ୍ଗା ବିଧାୟକ ଅଛନ୍ତି, ତେଣୁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଅଦାଲତକୁ ମାମଲା ସ୍ଥାନାନ୍ତର ହୋଇଛି । 21 ଜାନୁଆରୀ 2021ରେ ଘଟିଥିଲା ମହଙ୍ଗା ଡବଲ ମର୍ଡର । ଏହି ଘଟଣାରେ କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଏତଲାକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାମରେ ଅଭିଯୋଗ କରିଥିଲେ । 13 ଜଣ ଅଭିଯୁକ୍ତ ମଧ୍ୟରୁ 9 ଜଣ ଗିରଫ ହୋଇଥିଲେ ।