ଓଡିଶା

odisha

ETV Bharat / state

ବିଡାନାସୀରୁ ମିଳିଲା ନିଖୋଜ ବିହାର ଯୁବକର ମୃତଦେହ: ମ୍ୟାନ ମିସିଂ ସେଲର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ - କଟକ ବିଡାନାସି ରୁ ମିଳିଲା ମୃତ ଦେହ

ବିଡନାସୀରୁ ମିଳିଲା ନିଖୋଜ ରଙ୍ଗମିସ୍ତ୍ରୀଙ୍କ ମୃତଦେହ । ଗତ ୨୫ ତାରିଖରେ କଟକର ଏକ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ ଯୁବକ ଅଜୟ ଯାଦବ । ନିଖୋଜ ହେବା ନେଇ ଥାନାର ଦ୍ବାରସ୍ତ ହୋଇଥିଲେ ଅଭିଯୋଗକାରୀ । ଅଧିକ ପଢନ୍ତୁ

ବିଡାନାସୀରୁ ମିଳିଲା ନିଖୋଜ ବିହାର ଯୁବକର ମୃତଦେହ: ମ୍ୟାନ ମିସିଂ ସେଲ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ
ବିଡାନାସୀରୁ ମିଳିଲା ନିଖୋଜ ବିହାର ଯୁବକର ମୃତଦେହ: ମ୍ୟାନ ମିସିଂ ସେଲର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

By

Published : Mar 3, 2022, 5:58 PM IST

Updated : Mar 3, 2022, 10:56 PM IST

କଟକ : ଥାନାରେ ନେହୁରା ହେବା ସତ୍ବେ ଅଭିଯୋଗ ରଖିଲାନି ପୋଲିସ। ସଠିକ ସମୟରେ ତଦନ୍ତ ନ ଯୋଗୁ ବଞ୍ଚିପାରିଲାନି ଜୀବନ। ଶେଷରେ ନିଖୋଜ ହୋଇଥିବା ଯୁବକଙ୍କ ମିଳିଲା ମୃତଦେହ।

ବିଡାନାସୀରୁ ମିଳିଲା ନିଖୋଜ ବିହାର ଯୁବକର ମୃତଦେହ: ମ୍ୟାନ ମିସିଂ ସେଲର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ଅତି ବୀଭତ୍ସ ଓ ଅମାନୁଷିକ ଭାବେ ହତ୍ୟା କରି ଫିଙ୍ଗି ଦେଲା ଦୁର୍ବୃତ୍ତ । ତେବେ ପୋଲସର ତଦନ୍ତ ଭାରକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଗତ ୨୫ତାରିଖରେ ଭୁବନେଶ୍ୱରରୁ ନିଖୋଜ ହୋଇଥିଲେ ରଙ୍ଗମିସ୍ତ୍ରୀ ତଥା ବିହାରୀ ଯୁବକ ଅଜୟ ଯାଦବ। ଦୀର୍ଘ ୫ ଦିନ‌ ପରେ ପୋଲିସ ବିଡାନାସୀ ଥାନା ଅଞ୍ଚଳରୁ ତାଙ୍କର ମୃତଦେହ ଉଦ୍ଧାର କରିଛି। ଏପରିକି ତାଙ୍କ ଏଫଆଇଆରରେ ଦୁଇ ବ୍ୟବସାୟୀଙ୍କ ନାଁ ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ଏହାବି ପଢନ୍ତୁ :କାମ କରିବାକୁ ଯାଇ ଫେରିଲେନି ରଙ୍ଗମିସ୍ତ୍ରୀ, ହତ୍ୟା ସନ୍ଦେହରେ ଥାନାକୁ ଦୌଡୁଛନ୍ତି ସହଯୋଗୀ

ହେଲେ ପୋଲିସ ଜାଣିବା ସତ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି । ଗତ ୨୫ରେ ଯୁବକ ନିଖୋଜ ହେବା ନେଇ ୨୬ ତାରିଖରେ ଥାନାର ଦ୍ବାରସ୍ତ ହୋଇଥିଲେ ରଙ୍ଗମିସ୍ତ୍ରୀଙ୍କ ସହଯୋଗୀ । ନିଖୋଜ ଯୁବକଙ୍କୁ ଖୋଜିବାକୁ ନେହୁରା ହୋଇଥିଲେ ପୋଲିସ ଆଗରେ । ହେଲେ ଖାକି ବାବୁ ମାନଙ୍କ ବେପରୁଆ ମନୋଭାବ ଯୋଗୁଁ ଯୁବକଙ୍କୁ ଖୋଜିବାରେ ବିଳମ୍ବ ହୋଇଥିଲା । ଯଦି ଠିକ ସମୟରେ ସମୟରେ ପୋଲିସ କାର୍ଯାନୁଷ୍ଠାନ ନେଇଥାନ୍ତା। ଏଫଆଇଆର ଗ୍ରହଣ କରି ଖୋଜିବାରେ ପ୍ରୟାସ କରିଥାନ୍ତା। ହୁଏତ ଲୋକଟି ମରିବା ପୁର୍ବରୁ ବଞ୍ଚି ଯାଇପାରି ଥାନ୍ତା । ତେବେ,କମିଶନରେଟ ପୋଲିସର ମ୍ୟାନ‌ ମିସିଂ ସେଲ ଉପରେ ଏ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହା ପାଇଁ ଏ ମ୍ୟାନ ମିସିଂ ସେଲ କାର୍ଯ୍ୟ କରୁଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 3, 2022, 10:56 PM IST

ABOUT THE AUTHOR

...view details