ଓଡିଶା

odisha

By

Published : Sep 7, 2022, 11:52 AM IST

ETV Bharat / state

ଭାର୍ଗବୀ ନଦୀ ସାଇଫନ ନିକଟରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସାତ ଦିନ ପରେ ଭାର୍ଗବୀ ନଦୀ ସାଇଫନ ନିକଟରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଲା ପୋଲିସ । ଅଧିକ ପଢନ୍ତୁ

ଭାର୍ଗବୀ ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଭାର୍ଗବୀ ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନିଆଳି:ଗଣେଶ ପୂଜା ଦିନ ଠାରୁ ନିଖୋଜ ଥିବା ଖୋର୍ଦ୍ଧା ବନମାଳିପୁର ଅଞ୍ଚଳର ଛାତ୍ରଙ୍କ ମୃତ୍ୟୁଦେହ ଉଦ୍ଧାର(Missing Student body Recovered) । ମଙ୍ଗଳବାର ସନ୍ଧ୍ୟାରେ ଭାର୍ଗବୀ ନଦୀର ସାଇଫନ ନିକଟରୁ ତାଙ୍କର ମୃତଦେହ ଠାବ ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ମୃତକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବନମାଳିପୁର ଅଞ୍ଚଳ ଅନ୍ତର୍ଗତ ଡେରାସାହି ଗ୍ରାମର ନାରାୟଣ ପୃଷ୍ଟିଙ୍କ ପୁଅ ନୃସିଂହ ପୃଷ୍ଟି (୧୭) । ସେ ସାତ ଦିନ ହେଲାଣି ନିଖୋଜ ଥିଲେ । ତେବେ ଛାତ୍ରଙ୍କ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ଏହା ହତ୍ୟା ନା ଆତ୍ମହତ୍ୟା ଏଭଳି ଅନେକ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି ।


ସୂଚନା ମୁତାବକ, ନୃସିଂହ ଜଣେ କଲେଜ ଛାତ୍ର ଅଟନ୍ତି ।‌ ଗତ ୩୧ ତାରିଖ ଅର୍ଥାତ୍ ଗଣେଶ ପୂଜା ଦିନ ଅପରାହ୍ନରୁ ସେ କୁଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ହେଲେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ କୋଶଲ୍ୟାଗଙ୍ଗା ଫାଣ୍ତି ଅଧିନ ପୂବା ଶାସନ ଜଳ ସମ୍ପଦ କାର୍ଯ୍ୟାଳୟ ନିକଟ ଭାର୍ଗବୀ ନଦୀ ସାଇଫନ ନିକଟରୁ ନୃସିଂହ ପୃଷ୍ଟିଙ୍କ ମୃତଦେହ ଠାବ ହୋଇଛି । ନୃସିଂହଙ୍କ ପ୍ୟାଣ୍ଟ ଏବଂ ସାର୍ଟ ଦେଖି ପରିବାର ଲୋକେ ପୁଅକୁ ଚିହ୍ନଟ କରିଥିଲେ । ଅଗ୍ନିଶ୍ରମ ବିଭାଗ ତାଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି ।

ମୃତଦେହଟି ପଚି ଯାଇଥିବା ବେଳେ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାର ଦେଖିବାକୁ ମିଳିଛି ।‌ ତେବେ ନୃସିଂହ କିପରି ନଦୀକୁ ଆସିଲେ ? କେମିତି ତାଙ୍କର ମୃତ୍ୟୁ ହେଲା ? ଏନେଇ ପରିବାର ଲୋକେ ଚିନ୍ତାରେ ।‌ କେହି ହତ୍ୟା କରି ନଦୀକୁ ଫିଙ୍ଗି ଦେଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ ।

ଏହାମଧ୍ୟ ପଢନ୍ତୁ:ପୂଜା ପୂର୍ବରୁ ସକ୍ରିୟ ନିଶା ମାଫିଆ, ରାଜଧାନୀରୁ ଧରାପଡିଲା ଗଞ୍ଜେଇ ଭର୍ତ୍ତି କାର

ନୃସିଂହ ଗଣେଶ ପୂଜା ଦିନ ଗଣେଶ ଦେଖିବା ପାଇଁ ଘରେ କହି ବାଲିପାଟଣା ଆସିଥିଲେ । ଏବେ ସାତ ଦିନ ପରେ ପୁଅର ମୃତଦେହ ଉଦ୍ଧାର ହେବା ଘଟଣାକୁ ପରିବାର ଲୋକେ ହତ୍ୟାକାଣ୍ତ ବୋଲି ସନ୍ଦେହ କରୁଛନ୍ତି । ତେବେ ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ହେଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details