ଓଡିଶା

odisha

By

Published : Aug 19, 2022, 10:59 PM IST

ETV Bharat / state

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ସମ୍ପର୍କୀୟଙ୍କୁ ବଞ୍ଚାଇବାକୁ ଯାଇ ବୁଡିଯାଇଥିଲେ

ନଦୀରେ ଦଶାହ କର୍ମ ଚାଲିଥିବା ବେଳେ ଅଘଟଣ । ସମ୍ପର୍କୀୟଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଆଉ ଜଣଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ଅଞ୍ଚଳ ଯୁବକ କୁଶଭଦ୍ରା ନଦୀରେ ଗତକାଲିଠାରୁ ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ସମ୍ପର୍କୀୟଙ୍କୁ ବଞ୍ଚାଇବାକୁ ଯାଇ ବୁଡିଯାଇଥିଲେ
ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ସମ୍ପର୍କୀୟଙ୍କୁ ବଞ୍ଚାଇବାକୁ ଯାଇ ବୁଡିଯାଇଥିଲେ

ନିଆଳି: ନଦୀରେ ଦଶାହ କର୍ମ ଚାଲିଥିବା ବେଳେ ଅଘଟଣ । ସମ୍ପର୍କୀୟଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଆଉ ଜଣଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ଅଞ୍ଚଳରେ ।

ସୂଚନା ଅନୁସାରେ, ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ଅଞ୍ଚଳର ଅଜୟ ଜେନାଙ୍କ ବଡ ଭାଇ ଅକ୍ଷୟ ଜେନାଙ୍କ ଦଶାହ କାର୍ଯ୍ୟ ନିକଟସ୍ଥ କୁଶଭଦ୍ରା ନଦୀ ତୁଠରେ ଅନୁଷ୍ଠିତ ହେଉଥିଲା । ଅଜୟ ଜେନା ଶୌଚ ହେବା ପାଇଁ କୁଶଭଦ୍ରା ନଦୀ ତୁଠକୁ ଯାଉଥିବା ସମୟରେ ଗୋଡ ଖସିଯାଇଥିଲା । ଅଜୟଙ୍କୁ ବଞ୍ଚିଇବା ପାଇଁ ଭିଙ୍ଗାରପୁର ପଞ୍ଚାୟତ ରାମଚନ୍ଦ୍ରପୁରର ଅମୂଲ୍ୟ ରାଉତ ନଦୀ ଭିତରକୁ ଚାଲିଯାଇଥିଲେ । ଅଜୟ ଜେନାଙ୍କ ଜୀବନ ବଞ୍ଚି ଯାଇଥିଲେ ସୁଦ୍ଧା ଅମୂଲ୍ୟ ପାଣିରେ ଭାସି ଯାଇଥିଲେ । ବହୁ ଖୋଜାଖୋଜି ପରେ ଅମୂଲ୍ୟଙ୍କୁ ପାଇନଥିବା ବେଳେ ଶୁକ୍ରବାର ସନ୍ଧ୍ୟା ସମୟରେ ବାଲିପାଟଣା ଥାନା ବନମାଳିପୁର କୁଶଭଦ୍ରା ନଦୀରୁ ଅମୂଲ୍ୟ ରାଉତରାୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details