ନିଆଳି:କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ପଞ୍ଚାୟତ ସ୍ଥିତ କବିଚନ୍ଦ୍ରପୁର ଗାଁରେ ବୀଭସ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ହତ୍ୟା ପରେ ଜରି ଅଖାରେ ଦଳ ଭର୍ତ୍ତି ପୋଖରିକୁ ମୃତଦେହକୁ ପିଙ୍ଗି ଦେଇଛନ୍ତି ହତ୍ୟାକାରୀ । ନିଖୋଜର ୬ ଦିନ ପରେ ଠାବ ହୋଇଛି ମୃତ୍ୟୁଦେହ । ଏନେଇ ମୃତକ ପରିବାରଲୋକେ ହତ୍ୟା ଅଭିଯୋଗ ଆଣିବା ସହିତ ଧାନ କଟା ମେସିନକୁ ନେଇ ଗାଁର କିଛି ଲୋକେ ଡାକି ନେଇ ହତ୍ୟା କରିଥିବା ନେଇ ମୃତକଙ୍କ ସ୍ତ୍ରୀ,ଝିଅ ଏବଂ ଭାଇ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ପଞ୍ଚାୟତ ସ୍ଥିତ କବିଚନ୍ଦ୍ରପୁର ଗାଁର କପିଳ ସାହୁଙ୍କ ବଡ ପୁଅ ପ୍ରକାଶ ସାହୁ ବୟସ ୪୪ ବର୍ଷ । ମୃତକ ପରିବାରର ଅଭିଯୋଗ ମୁତାବକ, ଗତ କିଛି ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ସହିତ ପ୍ରକାଶ ସାହୁ ଧାନ କଟା ମେସିନ ଲିଜରେ ଆଣି ବ୍ୟବସାୟ କରୁଥିଲେ । ଗତ ରବିବାର ଠାରୁ ସେହି ବ୍ୟକ୍ତି ପ୍ରକାଶଙ୍କୁ ଘରୁ ଡାକି ନେଇଥିଲେ । ପ୍ରକାଶ ଘରକୁ ନ ଫେରିବାରୁ ଘରର ଲୋକଙ୍କ ସନ୍ଦେହ ବଢିଥିଲା ଏବଂ ଏନେଇ କସର୍ଦ୍ଦା ବିଟ ପୋଲିସ ଏବଂ ନିଆଳି ପୋଲିସର ଦ୍ୱାରସ୍ଥ ହୋଇଥିଲେ ।
ମାତ୍ର ଆଜି ମୃତଙ୍କ ଘର ନିକଟରେ ଥିବା ଗତେଶ୍ୱର ଦଳ ଗଡିଆରୁ ଏକ ଜରି ଅଖାରୁ ପ୍ରକାଶ ସାହୁଙ୍କ ମୃତଦେହ ଠାବ ହେବା ପରେ ଘଟଣା ସାମ୍ନାକୁ ଆସିଛି । ମାରିବା ପରେ ହାତ, ଗୋଡ ବାନ୍ଧି ଜରି ଅଖାରେ ପୁରାଇ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି । ଦୁର୍ଗନ୍ଧ ହେବା ପରେ ପରିବାର ଲୋକେ ଦେଖିବା ପରେ ମୃତଦେହ ପ୍ରକାଶଙ୍କ ବୋଲି ଘର ଲୋକେ ଚିହ୍ନଟ କରିଥିଲେ ।