ଓଡିଶା

odisha

ETV Bharat / state

ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର, ଡିଏନଏ ଟେଷ୍ଟ ପାଇଁ ନିଖୋଜ ଝିଅଙ୍କ ପରିବାର କଲେ ଦାବି - ଯୁବତୀ ନିଖୋଜ ଘଟଣା

ଝିଅ ନିଖୋଜରେ ପରିବାର ଲୋକେ ଦ୍ବନ୍ଦ୍ବରେ । ଦେବୀ ନଦୀରୁ ଅଜଣା ଯୁବତୀର ମିଳିଥିବା ମୃତଦେହ କାହାର ଏନେଇ ଡିଏନଏ ଟେଷ୍ଟ ପାଇଁ ନିଖୋଜ ଝିଅଙ୍କ ପରିବାର ଲୋକେ କଲେ ଦାବି । ଅଧିକ ପଢନ୍ତୁ

ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର, ଡିଏନଏ ଟେଷ୍ଟ ପାଇଁ ନିଖୋଜ ଝିଅଙ୍କ ପରିବାର କଲେ ଦାବି
ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର, ଡିଏନଏ ଟେଷ୍ଟ ପାଇଁ ନିଖୋଜ ଝିଅଙ୍କ ପରିବାର କଲେ ଦାବି

By

Published : Oct 10, 2022, 4:23 PM IST

ନିଆଳି: ନଦୀରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର । ଗୋଟିଏ ପଟେ ଝିଅ ନିଖୋଜ ଥିବାବେଳେ ଅନ୍ୟପଟେ ନଦୀରୁ ଅଜଣା ଯୁବତୀଙ୍କ ମୃତଦେହ ମିଳିବାକୁ ନେଇ ଦ୍ବନ୍ଦ୍ବରେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିଆଳି ଥାନା ପୋଖରି ଗାଁ ପଞ୍ଚାୟତ ଗଣ୍ଡକୁଳ ଗ୍ରାମରେ । ତେବେ ନଦୀରୁ ମିଳିଥିବା ମୃତଦେହ ଚିହ୍ନଟ ନ ହୋଇ ପାରିବା କାରଣରୁ ଡିଏନଏ ଟେଷ୍ଟ ପାଇଁ ନିଖୋଜ ଝିଅଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର, ଡିଏନଏ ଟେଷ୍ଟ ପାଇଁ ନିଖୋଜ ଝିଅଙ୍କ ପରିବାର କଲେ ଦାବି

ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଆଳି ଥାନା ଦେବୀ ନଦୀରୁ ମିଳିଥିବା ଅଜଣା ଯୁବତୀର ମୃତଦେହ ଘଟଣାରେ ନେଇଛି ଏକ ଭିନ୍ନ ମୋଡ । ଆଠମାଣିଆ ଘାଇଠାରେ ଏକ ଅଜଣା ଯୁବତୀର ଗଳିତ ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏହାଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ମୃତ ଯୁବତୀର ପରିଚୟ ମିଳି ନଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା । ଅନ୍ୟପଟେ ଖବର ପାଇ ନିଆଳି ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ଶବକୁ ଉଦ୍ଧାର କରିଥିଲା ।

ଏହା ମଧ୍ୟ ପଢନ୍ତୁ - Bharat Jodo Padayatra: ନିଆଳିରେ ଗର୍ଜିଲା କଂଗ୍ରେସ, ହିଂସା ଓ ଘୃଣା ଛାଡ ଡାକରା

ତେବେ ଏହି ଖବର ପ୍ରଚାରିତ ହେବାପରେ, ଗତ ମାସ ୧୨ ତାରିଖରୁ ନିଖୋଜ ଥିବା ନିଆଳି ଥାନା ପୋଖରୀ ଗାଁ ପଞ୍ଚାୟତ ଗଣ୍ଡକୁଳ ଗ୍ରାମର ସନ୍ତୋଷ ରାଉତଙ୍କ ଝିଅ ପ୍ରମୋଦିନୀ ରାଉତଙ୍କ (୨୪) ପରିବାର ମୃତଦେହକୁ ଚିହ୍ନଟ କରିବାକୁ ଆସିଥିଲେ । କିନ୍ତୁ ମୃତଦେହଟି ପଚି ଯାଇଥିବା କାରଣରୁ ଚିହ୍ନଟ ହୋଇ ପାରିନାହିଁ । ଏନେଇ ନିଖୋଜ ହୋଇଥିବା ଝିଅର ପରିବାର ଲୋକେ DNA ଟେଷ୍ଟ ପାଇଁ ଦାବି କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ନିଆଳି ପୋଲିସ ଓ ନିଆଳି ତହସିଲଦାର ବିଦ୍ୟାଧର ପତିଙ୍କ ଉପସ୍ଥିତିରେ ନିଆଳି ଶ୍ମଶାନରେ ପୋତି ଦିଆଯାଇଛି ।

ତେବେ ନିଖୋଜ ଥିବା ଝିଅର ମୋବାଇଲ ଫୋନକୁ ଟ୍ରାକ୍‌ କଲେ କେଉଁମାନେ ପ୍ରମୋଦିନୀଙ୍କୁ ଫୋନ୍‌ କରିଥିଲେ ଏବଂ ସେ ଫୋନ୍‌ଟି କେଉଁ ସ୍ଥାନରେ ରହିଛି ତାହାର ସଠିକ ପ୍ରମାଣ ମିଳିପାରନ୍ତା ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details