ଓଡିଶା

odisha

By ETV Bharat Odisha Team

Published : Sep 28, 2023, 7:45 PM IST

ETV Bharat / state

ଜାଣିଶୁଣି ନିଜ ଇଚ୍ଛାରେ ନିଖୋଜ ହୋଇଥିଲେ କାନାଡ଼ା ବ୍ୟାଙ୍କ ମ୍ୟାନେଜର: ପୋଲିସ

କଟକ ବଡମ୍ବା କାନାଡା ବ୍ୟାଙ୍କ ମ୍ୟାନେଜର ନିଖୋଜ ଘଟଣା । ଜାଣିଶୁଣି ନିଜ ଇଚ୍ଛାରେ ନିଖୋଜ ହୋଇଥିବା ନେଇ କହିଲା ପୋଲିସ । ଅଧିକ ପଢନ୍ତୁ

Missing Badamba Canara Bank manager
Missing Badamba Canara Bank manager

କାନାଡ଼ା ବ୍ୟାଙ୍କ ମ୍ୟାନେଜର ନିଖୋଜ ଘଟଣା

କଟକ: ବଡମ୍ବା ସ୍ଥିତ କାନାଡ଼ା ବ୍ୟାଙ୍କ ମ୍ୟାନେଜର ତପନ ସାହୁ ନିଜ ଇଚ୍ଛାରେ ଏବଂ ନିଜେ ହିଁ ଜାଣିଶୁଣି ନିଖୋଜ ହୋଇଥିଲେ । ତାଙ୍କର ନିଖୋଜ ହେବା ପଛରେ ଅନ୍ୟ କୌଣସି କାରଣ ନାହିଁ । ଏହା କହିଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ SP ଦେବଦତ୍ତ ବରାଳ । ଗତ ସୋମବାର ଠାରୁ ନିଖୋଜ ଥିବା କାନାଡ଼ା ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କୁ ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଗୋଳନ୍ଥରାର ଗିରିଶୋଲାରୁ ଠାବ କରିଥିଲା ପୋଲିସ । ଏହାପରେ ଆଜି କଟକ ପୋଲିସ ଏହି ସୂଚନା ଦେଇଛି ।

ତପନ ବିଶାଖାପାଟଣା ଚାଲି ଯାଇଥିଲେ ଏବଂ ସେଠାରୁ ଫେରିବା ସମୟରେ ତାଙ୍କୁ ଗିରିଶୋଲାରୁ ଗୋଳନ୍ଥରା ପୋଲିସ ଠାବ କରିଥିଲା । ତେବେ କୌଣସି ଏକ କାରଣକୁ ନେଇ ଗଭୀର ମାନସିକ ଅବସାଦ ମଧ୍ୟରେ ଥିବା ତପନ ନିଜ ଇଚ୍ଛାରେ ହିଁ ନିଖୋଜ ହୋଇଥିଲେ ବୋଲି ସ୍ପଷ୍ଟ କରିଛି ପୋଲିସ । 2 ଦିନ ଧରି ଛୁଟିରେ ରହିବା ପରେ ଗତ ସୋମବାର ଦିନ ନିଜ ବାଇକରେ ବାଙ୍କୀ ଦେଇ ବଡମ୍ବା ଆସୁଥିଲେ ତପନ । ବାଇକରେ ଆସୁଥିବା ତପନ ବାଙ୍କୀର ପତନି ଛକ ପାସ କରିବା ପରେ ତପନଙ୍କ ଫୋନ ସୁଇଚ ଅଫ୍‌ ହୋଇଯାଇଥିଲା ।

ଏହା ବି ପଢନ୍ତୁ- ବଡ଼ମ୍ବା କାନାଡ଼ା ବ୍ୟାଙ୍କ ମ୍ୟାନେଜର ନିଖୋଜ, ଥାନାରେ ଏତଲା

ଏହା ପରେ ତପନ ନିଖୋଜ ହେବା ନେଇ ତାଙ୍କ ପରିବାର ଲୋକେ ବାଙ୍କୀ ବୈଦେଶ୍ବର ଥାନାରେ ଅଭିଯୋଗ କରିଥିଲେ । ତପନ ଫେରିବା ବାଟରେ କଳାପଥର ଶାଖାରେ ଦିନ ସାଢେ 9ଟାରେ କିଛି କାମ କରିଥିଲେ । ହେଲେ ବଡମ୍ବା ବ୍ରାଞ୍ଚରେ ପହଞ୍ଚିବାରେ ବିଳମ୍ବ ହେବାରୁ କର୍ମଚାରୀମାନେ କଳାପଥର ମ୍ୟାନେଜରଙ୍କୁ ଖବର ଦେଇଥିଲେ । ବହୁ ଖୋଜାଖୋଜି ପରେ କଳାପଥର ମ୍ୟାନେଜର ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁଙ୍କ ପତ୍ତା ମିଳୁ ନ ଥିବାର ଏକ ଲିଖିତ ଏତଲା ଦାୟର ହୋଇଥିଲା ।

ଏହା ବି ପଢନ୍ତୁ- ମିଳୁନି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ପତ୍ତା, ଋଣ ଟଙ୍କା ଆଦାୟ କରି ଫେରୁଥିବାବେଳେ ନିଖୋଜ

ଏତଲା ଆଧାରରେ ପୋଲିସ ତନାଘନା କରୁଥିବା ବେଳେ ନିଖୋଜ ବ୍ରାଞ୍ଚ ମ୍ୟାନେଜରଙ୍କ ପରିବାର ଓ ସମ୍ପର୍କୀୟମାନେ ପହଞ୍ଚି ଖୋଜାଖୋଜି କରୁଥିଲେ । ପତନି ଛକର ଏକ ଦୋକାନରୁ ସିସିଟିଭି ଫୁଟେଜରୁ ବ୍ରାଞ୍ଚ ମ୍ୟାନେଜର ୧୦ ଟା ସମୟରେ ବାଇକରେ ଯାଉଥିବାର ଜଣାପଡ଼ିଥିଲା । ତେବେ କେଉଁଆଡେ ଗଲେ ବ୍ରାଞ୍ଚ ମ୍ୟାନେଜର ବୋଲି ବେଶ ଚର୍ଚ୍ଚା ବି ହୋଇଥିଲା ? ଏପରିକି ଅପହରଣ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚ ହୋଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details