ଓଡିଶା

odisha

ETV Bharat / state

ବନ୍ଧୁକ ମୁନରେ ଲୁଟ ଘଟଣା: ଚିହ୍ନଟ ହେଲେ ଲୁଟେରା, ଖୁବଶୀଘ୍ର ଗିରଫ ହେବେ ଦୁର୍ବୃତ୍ତ - କଟକ ଡିସିପି

କନ୍ଦରପୁରଠାରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣା । ଟେକ୍ନିକାଲ ସର୍ଭେଲାନ୍ସରୁ ପୋଲିସକୁ ମିଳିଲା ସୁରାକ୍‌ । ଡକାୟତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଲେ କଟକ ଡିସିପି । ଅଧିକ ପଢନ୍ତୁ

କନ୍ଦରପୁର ଠାରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣା
କନ୍ଦରପୁର ଠାରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣା

By ETV Bharat Odisha Team

Published : Sep 7, 2023, 8:29 PM IST

କନ୍ଦରପୁର ଠାରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣା

କଟକ: କନ୍ଦରପୁର ଠାରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାରେ ଖୋଳତାଡ଼ ଜାରି ରଖିଛି ପୋଲିସ । ଅଭିଯୁକ୍ତଙ୍କ ବାବଦରେ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ବିଶେଷ କରି ଟେକ୍ନିକାଲ୍‌ ସର୍ଭେଲାନ୍ସରୁ ହିଁ ପୋଲିସକୁ ଏହି ସୁରାକ୍‌ ମିଳିଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗି ଥିବା ସିସିଟିଭିକୁ ଯାଞ୍ଚ କରାଯିବା ସହ ପ୍ରତକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଅନୁସନ୍ଧାନ କରାଯାଉ ଥିବା ଡିସିପି କହିଛନ୍ତି ।

କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ଗତକାଲି(ବୁଧବାର) ସକାଳ ପ୍ରାୟ ସାଢେ 11ଟା ସମୟରେ ବିକାଶ ପାତ୍ର ନାମକ ଜଣେ ଅଳଙ୍କାର ବ୍ୟବସାୟୀ ଦୁଇ ଚକିଆ ଗାଡ଼ି ଯୋଗେ ମତ୍ତଗଜପୁର ଦେଇ ସ୍ଥାନୀୟ ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ 3ଟି ଦୁଇ ଚକିଆ ଯାନରେ ଆସିଥିବା 6 ଜଣ ଦୁବୃର୍ତ୍ତ ତାଙ୍କୁ ପିଛା କରିଥିଲେ । ଡକାୟତ ମତ୍ତଗଜପୁର ରେଳଫାଟକ ପାର ହେବା ପରେ ବିକାଶ ଚଳାଉଥିବା ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲେ । ଏହା ପରେ ବିକାଶ ତଳେ ପଡ଼ିଯିବାରୁ ତାଙ୍କୁ ମାଡ଼ ମାରିବା ସହ ବାଇକ ଡିକି ଭାଙ୍ଗି ସେଥିରେ ଥିବା 31 ଗ୍ରାମର ସୁନା ଓ 1800 ଗ୍ରାମର ରୂପା ଅଳଙ୍କାର ସହ ନଗଦ 25 ହଜାର ଟଙ୍କା ଲୁଟ କରି ନେଇଥିଲେ । ବିକାଶ ଏହାର ପ୍ରତିବାଦ କରିବାରୁ ତାଙ୍କ ଆଡକୁ ଲକ୍ଷ କରି ଦୁବୃର୍ତ୍ତମାନେ 4 ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ।"

ଏହି ବି ପଢନ୍ତୁ..ଭଉଣୀ ବାହାଘର ପାଇଁ ରଖିଥିଲେ ଟଙ୍କା ଓ ଗହଣା, ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ

ସେ ଆହୁରି ମଧ୍ୟ କହିଛନ୍ତି, "କେଉଁମାନେ ଦିନ ଦୀପହରରେ ଏତେ ବଡ଼ ଅଘଟଣ ଘଟାଇଲେ ? ଏମାନଙ୍କ ବ୍ୟାକ୍‌ଗ୍ରାଉଣ୍ଡ କଣ ? ଫୁଟାଇ ଥିବା ବନ୍ଧୁକ କେଉଁ ଠାରୁ ଆଣିଲେ ? ସେମାନଙ୍କ ପଛରେ କେଉଁମାନେ ଅଛନ୍ତି ? ଆଦି ଦିଗକୁ ଅତି ଗୁରୁତ୍ୱର ସହ ନେଇ ଘଟଣାର ତଦନ୍ତ କରାଯାଉଛି । ଘଟଣାର ୨୪ ଘଣ୍ଟା ମଧ୍ୟରେ ଅପରାଧୀମାନଙ୍କ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରିଛି ପୋଲିସ । ତେବେ ଖୁବଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯିବ । ସହରରେ ଏପରି ଅସାମାଜିକ ଘଟଣାକୁ ବରଦାସ୍ତ କରାଯିବ ନାହିଁ । ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରାଯାଇ ଏପରି କାର୍ଯ୍ୟକଳାପ ଉପରେ ରୋଗ ଲଗାଯିବ ।"

ଏହି ବି ପଢନ୍ତୁ..ଘରେ ପଶି ସୁନା ଲୁଟ୍‌, ଜଣକୁ କାବୁ ନିର୍ଦ୍ଧୁମ ପିଟିଲେ ଗ୍ରାମବାସୀ

ଇଟିଭି ଭାରତ, କଟକ

ABOUT THE AUTHOR

...view details