କଟକ:ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା ।ପୋଖରୀ ହୁଡାରୁ ନାବାଳକଙ୍କ ମୃତଦେହ ଉଦ୍ଧାର ।କଟକ ଜିଲ୍ଲାଜଗତପୁର ଅଞ୍ଚଳରେ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ପୂର୍ବକଚ୍ଛଠାରେ ଏକ ଥିବା ଚନ୍ଦନପୋଖରୀର ହୁଡାରୁ ନାବାଳକଙ୍କ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତଣ୍ଟି କାଟି କେହି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଗତକାଲି(ଶନିବାର)ଠୁ ନାବାଳକ ଜଣକ ନିଖୋଜ ଥିଲେ । ଘଟଣାସ୍ଥଳରେ ଜଗତପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଗତକାଲି(ଶନିବାର)ଠାରୁ ନାବାଳକ ଜଣକ ନିଖୋଜ ଥିବା ବେଳେ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କରିଛି ସେନେଇ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ଏହାମଧ୍ୟ ପଢନ୍ତୁ..ପରକୀୟା ପ୍ରୀତିରୁ ବିଜେଡି ନେତାଙ୍କୁ ହତ୍ୟା, ଜୀବନ ନେଲେ ମହିଳା
ସୂଚନା ଅନୁଯାୟୀ, କଟକ ଜିଲ୍ଲା ଜଗତପୁର ଅନ୍ତର୍ଗତ ପୂର୍ବକଚ୍ଛ ଠାରେ ଏକ ଗାଁ ପୋଖରୀ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ସ୍ଥାନୀୟ ଅଞ୍ଚଳର ଜ୍ୟୋତିପ୍ରକାଶ ବେହେରାଙ୍କ ହୋଇଥିବା ଜଣାପଡିଛି । ଜ୍ୟୋତିପ୍ରକାଶ ଗତକାଲି(ଶନିବାର)ଠାରୁ ନିଖୋଜ ଥିବା ବେଳେ ତାଙ୍କ ଘର ଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ । ତେବେ ଆଜି ପୋଖରୀ ହୁଡାରୁ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ଗଳା କାଟି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି ।