ଓଡିଶା

odisha

By

Published : May 6, 2022, 4:46 PM IST

Updated : May 7, 2022, 2:00 PM IST

ETV Bharat / state

ଚୁଟି କାଟିବାକୁ ଯାଇ ପୁଅ ନିଖୋଜ, ଅଜଣା ନମ୍ବରରୁ ଆସୁଛି ଘନଘନ କଲ୍‌

କେନ୍ଦ୍ରାପଡାରେ ଚୁଟି କାଟିବାକୁ ଯାଇ ଆଉ ଘରକୁ ଫେରିଲାନି ପୁଅ । ସେପଟେ ଅଜଣା ନମ୍ବରରୁ ଘନଘନ ଫୋନକଲ ଆସିବା ପରେ ମାଲଗୋଦାମରେ ଏତଲା ଦେଲା ପରିବାର । ଅଧିକ ପଢନ୍ତୁ

ଚୁଟି କାଟିବାକୁ ଯାଇ ପୁଅ ନିଖୋଜ, ଆସୁଛି ଅଜଣା ନଂରୁ ଘନଘନ କଲ୍‌
ଚୁଟି କାଟିବାକୁ ଯାଇ ପୁଅ ନିଖୋଜ, ଆସୁଛି ଅଜଣା ନଂରୁ ଘନଘନ କଲ୍‌

କଟକ: ପୁଅ ହେଲା ନିଖୋଜ, ମିଳୁନି ଠିକଣା । କେବଳ ଆସୁଛି ଘନ ଘନ ଫୋନ କଲ । ମୋତେ ୩ ଜଣ ଅଜଣା ବ୍ୟକ୍ତି ନେଇ ଆସିଛନ୍ତି । ମୋତେ ଅତ୍ୟାଚାର କରୁଛନ୍ତି । ବାପା ମୋତେ ନେଇଯାଅ । ଆଉ ଏତିକି କହିବା ପରେ କଟି ଯାଉଛି କଲ୍‌ । ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ବସନ୍ତ ପୃଷ୍ଟିଙ୍କ ପୁଅ ସହିତ ଘଟିଥିବା ବେଳେ ମାଲଗୋଦାମ ଥାନାରେ ହୋଇଛି ଅଭିଯୋଗ ।

ଚୁଟି କାଟିବାକୁ ଯାଇ ପୁଅ ନିଖୋଜ, ଅଜଣା ନମ୍ବରରୁ ଆସୁଛି ଘନଘନ କଲ୍‌

ଗତକାଲି(ଗୁରୁବାର) ଦିନ ୧୧.୦୦ ଟା ଠାରୁ ନିଖୋଜ ଅଛନ୍ତି ବସନ୍ତଙ୍କ ପୁଅ ରୋହନ ପୃଷ୍ଟି । ଚୁଟି କାଟିବାକୁ ଯାଇ ଘରକୁ ନ ଫେରିବା ପରେ ବାରମ୍ବାର ଖୋଜାଖୋଜି ପରେ ପାଟକୁରା ଥାନାରେ ଏତଲା ଦେଇଥିଲେ ପରିବାର । ଏତଲା ଆଧାରରେ ମୋବାଇଲ ନମ୍ବର ଟ୍ରାକ କରିବା ପରେ କଟକ ମାଲଗୋଦାମ ଅଞ୍ଚଳ ଟ୍ରାକରେ ଦେଖାଇଥିଲା । ଆଉ ରୋହନଙ୍କ ବାପା ସଙ୍ଗେ ସଙ୍ଗେ କଟକ ମଲଗୋଦାମ ଥାନାର ଦ୍ବାରସ୍ଥ ହୋଇଥିଲେ ।

ତେବେ ଗତକାଲିଠୁ ସର୍ଚ୍ଚ ଅପରେସନ ଜାରି ରଖିଛି ଉଭୟ ଥାନା ଟିମ । ହେଲେ ପୁଅ ଏଯାବତ ନିଖୋଜ ରହିଛି । ସେପଟେ କୌଣସି ପୂର୍ବ ଶତ୍ରୁତା ନଥିବା ଓ ପୁଅର ମାନିସକ ସ୍ଥିତି ସମ୍ପୂର୍ଣ୍ଣ ଠିକ ଥିବା କହିଛନ୍ତି ବାପା । ଏଣୁ ପୋଲିସ ଶୀଘ୍ର ପୁଅକୁ ଫେରାଇ ଆଣୁ ବୋଲି ନିବେଦନ କରିଛନ୍ତି ବାପା ବସନ୍ତ ପୃଷ୍ଟି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 7, 2022, 2:00 PM IST

ABOUT THE AUTHOR

...view details