ଓଡିଶା

odisha

ମୁକୁଳା ଡ୍ରେନ ନେଲା 9ବର୍ଷ ଶିଶୁର ପ୍ରାଣ, CMC ଉପରେ ଦୋଷ ଲଦିଲେ ପରିବାର

କଟକ ବିଡାନାସୀ ବନ୍ଧ ଛକରେ ଥିବା ମୁକୁଳା ଡ୍ରେନରେ ପଡି 9 ବର୍ଷର ଛାତ୍ର ମୃତ । ଅଧିକ ପଢନ୍ତୁ

By

Published : Jan 16, 2023, 10:44 PM IST

Published : Jan 16, 2023, 10:44 PM IST

minor boy died
minor boy died

minor boy died

କଟକ: ମୁକୁଳା ଡ୍ରେନରେ ପଡି 9ବର୍ଷର ଛାତ୍ର ମୃତ । ବିଡାନାସୀ ବନ୍ଧ ଛକ ଠାରେ ଘଟିଛି ଏଭଳି ଘଟଣା । ତେବେ ମୃତ ଶିଶୁଟି ଜୋସେଫ ସାହାଣୀ ବୋଲି ଜଣାପଡିଛି । ଗୁଡ଼ି ଉଡାଉଥିବା ବେଳେ ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଛି ଶିଶୁ । ତେବେ ଆଜିକୁ 1ବର୍ଷ ହେବ ଡ୍ରେନ କାମ ଚାଲିଥିବା ବେଳେ ଡ୍ରେନ ମୁକୁଳା ରହିଥିବା ଯୋଗୁ ଏଭଳି ଘଟଣା ଘଟିଛି । ପ୍ରଶାସନର ଏଭଳି ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏହି ଘଟଣା ସ୍ଥନୀୟ ଅଞ୍ଚଳରେ ଶୋକର ଲହରୀ ଖେଳାଇ ଦେଇଛି ।

ସୂଚନା ଅନୁଯାୟୀ, ବିଡାନାସି ଅଞ୍ଚଳରେ ଥିବା ଗତକାଲି ଶିଶୁ ଜଣଙ୍କ ଖେଳିବାକୁ ବାହାରକୁ ଆସିଥିଲା । ଗୁଡି ଉଡାଉଥିବା ସମୟରେ ମୁକୁଳା ଡ୍ରେନରେ ପଡିଯାଇଥିଲା । ଏନେଇ ପରେ ପରିବାର ଲୋକଙ୍କ ଖୋଜାଖୋଜି ପରେ ଡ୍ରେନ ରୁ ମିଳିଥିଲା ତାଙ୍କ ମୃତଦେହ । ସଙ୍ଗେସଙ୍ଗେ ପରିବାର ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳକୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏପରି ହୃଦୟ ବିଦାୟକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ଜୋସେଫ ସବୁବେଳେ ଭଲ ପାଠ ପଢୁଥିବା ବେଳେ ଆଜି ସବୁଦିନ ପାଇଁ ଛାଡି ଚାଲିଗଲା । ପୁଅକୁ ହରାଇବା ପରେ ଆଜି ଆତ୍ମହରା ହୋଇପଡିଛି ପରିବାର। ଅନ୍ୟପଟେ ଆଜି କଟକ ମହାନଗର ନିଗମର ଅପାରଗତା ପାଇଁ ଗୋଟିଏ ନିରୀହ ପିଲାର ଜୀବନ ଚାଲିଯାଇଥିବା କଥା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details