କଟକ:କାଠଯୋଡି ନଦୀ ବାଲିରୁ ନାବାଳକଙ୍କ ମୃତଦେହ ଉଦ୍ଧାର । ନିଖୋଜର 4ଦିନ ପରେ ମୃତଦେହ ଉଦ୍ଧାର କଲା ପୋଲିସ । ମୃତକ ଜଣଙ୍କ ହେଉଛନ୍ତି କଟକ କଲ୍ୟାଣ ନଗର ଅଞ୍ଚଳର ଶାହିଲ ଜେନା । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପାଠପଢ଼ା ନେଇ ମାଆଙ୍କ ସହ ଝଗଡ଼ା ହୋଇଥିବାରୁ ସେ ଜୀବନ ହାରିଥିବା ପୋଲିସ କହିଛି । ମୃତଦେହ ଉଦ୍ଧାର ପରେ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଜୋନ 6 ଏସିପି ସ୍ୱସ୍ତିକ ପଣ୍ଡା ।
ମୃତକ ଶାହିଲ ଜେନା 10 ଶ୍ରେଣୀର ଛାତ୍ର । ଗତ ଶୁକ୍ରବାରଠାରୁ ସେ ନିଖୋଜ ଥିଲେ । ଏନେଇ ତାଙ୍କ ପରିବାର ଲୋକେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ତାଙ୍କ ମୃତଦେହ କାଠଯୋଡ଼ି ନଦୀ ବାଲିରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ନାବାଳକର ମୃତ୍ୟୁର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ଏହାମଧ୍ୟ ପଢନ୍ତୁ-ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମୋବାଇଲରେ ଲେଖା ହୋଇଛି ମୃତ୍ୟୁର କାରଣ