ଓଡିଶା

odisha

By

Published : Oct 30, 2022, 8:49 PM IST

Updated : Oct 31, 2022, 3:42 PM IST

ETV Bharat / state

ଜେଲ ଗଲେ ମନ୍ତ୍ରୀଙ୍କ ପୁତୁରା, ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଉଠିଲା ପ୍ରଶ୍ନ

ଜେଲ ଗଲେ ମନ୍ତ୍ରୀଙ୍କ ପୁତୁରା । ଯୁବକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାରେ ଗିରଫ ହୋଇ ଜେଲ ଗଲେ ଯୁବ ବିଜେଡି ସାଧାରଣ ସମ୍ପାଦକ ଅମରେନ୍ଦ୍ର ପ୍ରତାପ ସ୍ବାଇଁ । ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠାଇଲେ ଆଇନଜୀବୀ । ଅଧିକ ପଢନ୍ତୁ

ଜେଲ ଗଲେ ମନ୍ତ୍ରୀଙ୍କ ପୁତୁରା
ଜେଲ ଗଲେ ମନ୍ତ୍ରୀଙ୍କ ପୁତୁରା

କଟକ:ଜେଲ ଗଲେ ମନ୍ତ୍ରୀଙ୍କ ପୁତୁରା । କୃଷି ମନ୍ତ୍ରୀ ରାଜା ସ୍ବାଇଁଙ୍କ ପୁତୁରା ତଥା ଯୁବ ବିଜେଡି ସାଧାରଣ ସମ୍ପାଦକ ଅମରେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରତାପନଗରୀରେ ଯୁବକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାରେ ଗିରଫ ହୋଇ ଜେଲ ଗଲେ କୃଷି ମନ୍ତ୍ରୀଙ୍କ ପୁତୁରା ତଥା ଯୁବ ବିଜେଡି ସମ୍ପାଦକ ଅମରେନ୍ଦ୍ର ପ୍ରତାପ ସ୍ବାଇଁ । ଚୌଦ୍ୱାର ଜେଲକୁ ଅମରେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପଠାଇ ଦେଇଛନ୍ତି କଟକ SDJM କୋର୍ଟ । ତେବେ ଅଭିଯୁକ୍ତ ଭିକି ଓରଫ ଅମରେନ୍ଦ୍ର ସ୍ୱାଇଁଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି(ସୋମବାର) ହେବ ।

ଜେଲ ଗଲେ ମନ୍ତ୍ରୀଙ୍କ ପୁତୁରା

ଭିକି ବିରୋଧରେ IPCର ଧାରା 355,341, 294, 232, 506 ,34 ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଅମରେନ୍ଦ୍ରଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ 14 ଟି ମାମଲା ରହିଛି । କିନ୍ତୁ ପ୍ରତାପନଗରୀ ଗୁଣ୍ଡାରାଜ ମାମଲାରେ ପ୍ରଥମ ଥର ଲାଗି ଭିକି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତେବେ ଭିକି ଗିରଫ ହୋଇଥିଲେ ମଧ୍ୟ ତାଙ୍କ ଅପରାଧ ଅନୁଯାୟୀ ଦଫା ଲଗିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଇନଜୀବୀ ।

ଅଭିଯୁକ୍ତ ଭିକି ଓରଫ ଅମରେନ୍ଦ୍ର ସ୍ୱାଇଁଙ୍କ ବିରୋଧରେ ବିଭିନ୍ନ ଥାନାରେ 10 ବର୍ଷରେ 14ଟି ମାମଲା ରହିଛି । ପ୍ରତିଟି ମାମଲାର ଦଫା ପ୍ରାୟ ସମାନ ଥିବା ଜଣାପଡିଛି । କିନ୍ତୁ ପ୍ରତିଥର ଅପରାଧ ଘଟାଇ ନିଜର କ୍ଷମତା ବଳରେ ପୋଲିସ ଠାରୁ ଖସି ଯାଉଥିଲା ଭିକି । ହେଲେ ଆଜି ପୋଲିସ ଗିରିଫ କରିଥିଲା ବିଜେଡି ସମ୍ପାଦକ ଅମରେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ । ଭିକି ଜଣେ ଅଭ୍ୟାସ ଗତ ଅପରାଧୀ ହୋଇଥିଲେ ମଧ୍ୟ ପୋଲିସ ତା ପ୍ରତି ନରମ ମନୋଭାବ ପୋଷଣ କରିଚାଲିଛି । ପୂର୍ବ ମାମଲା ଗୁଡ଼ିକରେ ଭିକି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପୋଲିସ ତା ପ୍ରତି ଯେଉଁ ଅନୁକମ୍ପା ପ୍ରଦର୍ଶନ କରିଥିଲା ଏବେ ବି ସେହି ଅନୁକମ୍ପାକୁ ପୁଣି ଦୋହରାଇଛି ।

ଏହା ମଧ୍ୟ ପଢନ୍ତୁ-ଯୁବକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା, ମନ୍ତ୍ରୀଙ୍କ ପୁତୁରାକୁ କୋର୍ଟ ଚାଲାଣ

ପ୍ରତାପନଗରୀ ଘଟଣାରେ ଅପହରଣ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଅପରାଧ ହୋଇଥିବା ବେଳେ ପୋଲିସ ସେ ସବୁକୁ ଜାଣି ଶୁଣି ଅଣଦେଖା କରିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ । ବିଶେଷ କରି ଚଣ୍ଡି ଛକରେ ଯୁବକଙ୍କ ହାତକୁ ସ୍କୁଟି ପଛରେ ବାନ୍ଧି ଦୌଡ଼ାଇବା ଏବଂ ଜଣେ ମାନସିକ ବିକାରଗସ୍ତଙ୍କୁ ନିସ୍ତୁକ ମାଡ଼ ମରିବା ଘଟଣାରେ ପୋଲିସ ପୀଡ଼ିତଙ୍କୁ ଖୋଜି ସେମାନଙ୍କ ଅଭିଯୋଗ ଗ୍ରହଣ କରିଥିଲା । ପ୍ରତାପନଗରୀର ଏହି ମାମଲାରେ ପୋଲିସ ଭିକି ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ବସର କଣ୍ଡକ୍ଟରଙ୍କ ବୟାନ ରେକର୍ଡ ନକରିବା ପୋଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି କରୁଛି ବୋଲି ବରିଷ୍ଠ ଆଇନଜୀବୀ କହିଛନ୍ତି ।

କଟକ, ଇଟିଭି ଭାରତ

Last Updated : Oct 31, 2022, 3:42 PM IST

ABOUT THE AUTHOR

...view details