କଟକ:କଟକରେ ଆଜି ୧୦୬ ଜଣ ଉଠା ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନରେ ଦୋକାନ ପ୍ରଦାନ କରାଯାଇଛି।ଗୃହ ଓ ନଗର ଉନୟନ ମନ୍ତ୍ରୀ ପ୍ରତାପ ଜେନା ଉଠାବ୍ୟବସାୟୀଙ୍କୁ ଏହା ପ୍ରଦାନ କରିଛନ୍ତି। ଏହି ପ୍ରକ୍ରିୟାରେ ଅନ୍ୟ ଯେଉଁମାନେ ସାମିଲ ହୋଇଛନ୍ତି ସେମାନଙ୍କୁ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଉଠାବ୍ୟବସାୟୀଙ୍କୁ ଭେଣ୍ଡିଜୋନରେ ଦୋକାନ ପ୍ରଦାନ କଲେ ମନ୍ତ୍ରୀ, ବିରୋଧୀ କହିଲେ ସମୁଦ୍ରକୁ ଶଙ୍ଖେ - ଭେଣ୍ଡିଙ୍ଗ ଜୋନ
କଟକରେ ଆଜି ୧୦୬ ଜଣ ଉଠା ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନରେ ଦୋକାନ ପ୍ରଦାନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ....
ଉଠାବ୍ୟବସାୟୀଙ୍କୁ ଭେଣ୍ଡିଜୋନରେ ଦୋକାନ ପ୍ରଦାନ କଲେ ମନ୍ତ୍ରୀ, ବିରୋଧୀ କହିଲେ ସମୁଦ୍ରକୁ ଶଙ୍ଖେ
ପର୍ଯ୍ୟାୟକ୍ରମେ ଏହା ପ୍ରଦାନ କରାଯିବ। ତେବେ ଖୁବଶୀଘ୍ର ଅନ୍ୟ ୧୩୨ ଜଣଙ୍କୁ ଭେଣ୍ଡିଂ ଜୋନରେ ଦୋକାନ ପ୍ରଦାନ କରାଯିବ ବୋଲି ସିଏମସି କମିଶନର ମଧ୍ୟ କହିଛନ୍ତି। ଅନ୍ୟପଟେ ବିରୋଧୀ ଏହାକୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।ଏହା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ହଜାର ହଜାର ଉଠା ବ୍ୟବସାୟୀ ରେଜିଷ୍ଟ୍ରେସନ କରିଥିବା ବେଳେ ସେମାନଙ୍କୁ ନିରାଶ ହେବାକୁ ପଡିଛି।ତେବେ ସହରର ସମସ୍ତ ଉଠା ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ ଦୋକାନ ପ୍ରଦାନ କରିବାକୁ ଦାବି କରିଛନ୍ତି ମୋକିମ ।
କଟକରୁ ନାରାୟଣ ସାହୁ , ଇଟିଭି ଭାରତ