ଓଡିଶା

odisha

ETV Bharat / state

ଆରମ୍ଭରୁ ଆକ୍ସନ: ଜଳବନ୍ଦୀ ପୂର୍ବରୁ ସ୍ଥିତି ପରଖିଲେ ନଗର ଉନ୍ନୟନ ମନ୍ତ୍ରୀ

କଟକବାସୀଙ୍କ ଯେପରି ପିଛା ଛାଡୁନି ସମସ୍ୟା । ସାମାନ୍ୟ ବର୍ଷା ହେଲେ ଗଳି ଗଳିରେ ନଦୀର ଭ୍ରମ ସୃଷ୍ଟି କରୁଛି । ଆଉ ଦାୟିତ୍ବ ନେଉ ନେଉ ଜଳବନ୍ଦୀ ସ୍ଥିତି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

By

Published : Jun 7, 2019, 10:33 PM IST

ଡିଜାଇନ ଫଟୋ

କଟକ: ସୁଧୁରିବ କି କଟକର ଡ୍ରେନେଜ ବ୍ୟବସ୍ଥା ? ଜଳବନ୍ଦୀରୁ ମୁକ୍ତି ପାଇବେ କି ସିଲଭର ସିଟିବାସୀ ? ଦାୟିତ୍ବ ନେଉ ନେଉ ଫୁଲ୍ ଦମରେ କାମରେ ଲାଗି ପଡିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଜଳବନ୍ଦୀ ସମସ୍ୟା ଦୂର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି କାହିଁକି ? ପାଣି ଘେରରୁ ମୁକୁଳି ପାରୁ ନାହାନ୍ତି କଟକର ରକ୍ସିଲେନ ବାସିନ୍ଦା । ସେ ନେଇ ବାସ୍ତବିକ ସ୍ଥିତି ପରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ବାଉନ ବଜାର ତେପନ ଗଳିର ସହରରେ କଟକରେ ପ୍ରାୟତଃ ଜଳବନ୍ଦୀ ସମସ୍ୟା ଦେଖାଦେଇଥାଏ । କେଉଁଠି ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି ତ କେଉଁଠି ପାଣି ନିଷ୍କାସନ ପାଇଁ ଡ୍ରେନ ନାହିଁ । ତେଣୁ ଅଳ୍ପ ବର୍ଷା ହେଲେ ସହରବାସୀ ଏକ ପ୍ରକାର ଜଳବନ୍ଦୀ ହୋଇଯାନ୍ତି । ବିଶେଷ କରି ରକ୍ସିଲେନ ବାସିନ୍ଦାଙ୍କ ପାଇଁ ଏହି ସମସ୍ୟା ଯେମିତି ପିଛା ଛାଡୁନି ।

ତେବେ କଟକରେ ଜଳବନ୍ଦୀ ସମସ୍ୟା କିଛି ନୂଆ କଥା ନୁହେଁ । ସାମାନ୍ୟ ବର୍ଷା ହେଲେ ଏଠାରେ ସ୍ଥିତି ହୋଇଯାଏ ବେହାଲ । ବାଦାମବାଡି ବସଷ୍ଟାଣ୍ଡ ହେଉ ଅବା ଏହାର ଆଖପାଖ ଅଞ୍ଚଳ । ଟିକିଏ ବର୍ଷାରେ ସ୍ଥିତି ସଂପୂର୍ଣ୍ଣ ଅଣାୟତ ହୋଇଯାଏ । ସେପଟେ ଆଗକୁ ବର୍ଷା ଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ଡ୍ରେନେଜ ନିର୍ମାଣ କାର୍ଯ୍ୟ । ଯଦିଓ ମନ୍ତ୍ରୀ କାର୍ଯ୍ୟର ସମୀକ୍ଷା କରି ଥିଲେ ସିଏମସିର କାର୍ଯ୍ୟରେ ସନ୍ତୁଷ୍ଟି ପ୍ରକାଶ କରି ନଥିଲେ । ଅପରପକ୍ଷେ ମନ୍ତ୍ରୀ କାର୍ଯ୍ୟ ସମୀକ୍ଷା କରିଛନ୍ତି ଯାହା ନିର୍ଦ୍ଦେଶ ରହିବ ସେହି ଅନୁସାରେ କାର୍ଯ୍ୟ ହେବ ବୋଲି କହିଛନ୍ତି ସିଏମସି କମିଶନର ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details