ଓଡିଶା

odisha

ନବ ଦାସ ହତ୍ୟା ମାମଲା, ଆଜି ଝାରସୁଗୁଡା ଯିବେ ଜେପି ଦାସ

By

Published : Feb 7, 2023, 12:23 PM IST

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି ଦାସ ଆଜି ଝାରସୁଗୁଡା ଗସ୍ତ କରିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

Justice JP Das to visit Jharsuguda
ନବ ଦାସ ହତ୍ୟା ମାମଲା, ଆଜି ଝାରସୁଗୁଡା ଯିବେ ଜେପି ଦାସ

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ତଦନ୍ତ ଜାରି ରହିଛି । ମନ୍ତ୍ରୀଙ୍କ ମୃତ୍ୟୁ ପଛରେ କାହା ହାତ ଅଛି ତା ଉପରୁ ପରଦା କେବେ ପରଦା ହଟିବ ତାକୁ ଚାତକ ପରି ଚାହିଁଛନ୍ତି ଓଡିଶାବାସୀ ।ମନ୍ତ୍ରୀ ନବ ଦାସ ହତ୍ୟା ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ ତଦାରଖ କରୁଥିବା ଅବସରପ୍ରାପ୍ତ ଜଷ୍ଟିସ ଜେପି ଦାସ ଆଜି ଝାରସୁଗୁଡା ଯିବେ। ଅପରାହ୍ନ ସାଢେ ୪ ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି ଜଷ୍ଟିସ ଜେପି ଦାସ ।

ତଦନ୍ତର ତଦାରଖ କରିବାକୁ ଘଟଣାସ୍ଥଳ ଯିବେ ଜଷ୍ଟିସ ଦାସ। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ କ୍ରାଇମବ୍ରାଞ୍ଚ ଜୋରଦାର କରୁଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜଷ୍ଟିସ ଜେପି ଦାସଙ୍କ ବାସଭବନରେ ପହଞ୍ଚି ତଦନ୍ତର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିବା ପରେ ଜଷ୍ଟିସ ଜେପି ଦାସଙ୍କ ବାସଭବନରୁ ବାହାରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । କଟକ ସ୍ଥିତ ଜଷ୍ଟିସ ଜେପି ଦାସଙ୍କ ବାସଭବନରରେ ପ୍ରାୟ ଏକ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଥିଲେ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହତ୍ୟାକାଣ୍ଡ ଘଟଣାରେ ମନିଟରିଂ କରୁଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ଝାରସୁଗୁଡା ଯିବେ ବୋଲି କହିଥିଲେ । ବର୍ତ୍ତମାନ ତଦନ୍ତ ଠିକ୍ ବାଟରେ ଚାଲିଛି । ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଥିବା କହିଥଲେ ଜେପି ଦାସ । ବିଭିନ୍ନ ସମୟରେ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ କାରଣ ସାମ୍ନାକୁ ଆସୁଛି । ଏଥିରେ ହାଇପ୍ରୋଫାଇଲ ନେତାଙ୍କ ହାତ ଥିବା କୁହାଯାଉଛି । ତେବେ କେବେ ନବ ଦାସଙ୍କ ହତ୍ୟାକାଣ୍ଡ ଉପରୁ ପରଦା ହଟିବ ତାହାକୁ ଅପେକ୍ଷା ।

ଏହା ବି ପଢନ୍ତୁ...ବିଧାନସଭାରେ ଉଠିବ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ, ପ୍ରସ୍ତୁତ ହେଉଛି କଂଗ୍ରେସ

ସୂଚନାଅନୁସାରେ, ଜାନୁଆରୀ 29 ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଥିଲା । ଝାରସୁୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କୁ ଗୁଳିମାଡ଼ କରିଥିଲେ ପୋଲିସ ଏଏସଆଇ ଗୋପାଳ ସାହୁ । ଏହାପରେ ନବ ଦାସଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ଭୁବନେଶ୍ବର ଆପୋଲ ହସ୍ପିଟାଲକୁ ଏୟାର ଲିଫଲ୍ଟ କରାଯାଇଥିବା । ପ୍ରବଳ ରକ୍ତସ୍ରାବ ଯୋଗୁ ଉକ୍ତ ଦିନ ରାତି ପ୍ରାୟ ସାଢେ 7ଟାରେ ଆଖି ବୁଜିଥିଲେ ନବ କିଶୋର ଦାସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details