ଓଡିଶା

odisha

ETV Bharat / state

ଆଇନ ମନ୍ତ୍ରୀ ଓ ବିଧାୟକ ମାନୁନାହାନ୍ତି ସାମାଜିକ ଦୂରତା ନିୟମ ! - cuttack news

ମନ୍ତ୍ରୀ ବିଧାୟକ ମାନୁନାହାନ୍ତି ସାମାଜିକ ଦୂରତା ନିୟମ । କଟକରେ ଆୟୋଜିତ ରକ୍ତଦାନ ଶିବିର ଉଦଘାଟନୀ ଉତ୍ସବରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଅନେକ ବିଧାୟକ ଯୋଗ ଦେଇଥିଲେ । ଏହି ଅବସରରେ ନାଁ ମନ୍ତ୍ରୀ ବିଧାୟକ ନାଁ ଦଳୀୟ କର୍ମୀ କେହି ବି ସାମାଜିକ ଦୂରତା ନିୟମ ମାନିନଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଆଇନ ମନ୍ତ୍ରୀ ଓ ବିଧାୟକ ମାନୁନାହାନ୍ତି ସାମାଜିକ ଦୂରତା ନିୟମ !
ଆଇନ ମନ୍ତ୍ରୀ ଓ ବିଧାୟକ ମାନୁନାହାନ୍ତି ସାମାଜିକ ଦୂରତା ନିୟମ !

By

Published : Jul 24, 2020, 8:08 PM IST

କଟକ: ମନ୍ତ୍ରୀ ବିଧାୟକ ମାନୁନାହାନ୍ତି ସାମାଜିକ ଦୂରତା ନିୟମ । କଟକରେ ଆୟୋଜିତ ରକ୍ତଦାନ ଶିବିର ଉଦଘାଟନୀ ଉତ୍ସବରେ ଆଜି କଟକର ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଅନେକ ବିଧାୟକ ଯୋଗ ଦେଇଥିଲେ । ଏହି ଅବସରରେ ନାଁ ମନ୍ତ୍ରୀ ବିଧାୟକ ନାଁ ଦଳୀୟ କର୍ମୀ କେହି ବି ସାମାଜିକ ଦୂରତା ନିୟମ ମାନିନଥିବାର ଦେଖିବାକୁ ମିଳିଥିଲା ।

ଦିନକୁ ଦିନ କଟକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ରାଜ୍ୟ ସରକାରଙ୍କ ଖୋଦ ଆଇନ ମନ୍ତ୍ରୀ ଏବଂ ବିଧାୟକ ସାମାଜିକ ଦୂରତା ନିୟମ ଉଲ୍ଲଂଙ୍ଘନ କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ବିଶେଷ କରି ଏହା ସାଧାରଣ ଲୋକଙ୍କୁ ଏକ ଭୂଲ ବାର୍ତ୍ତା ଦେଉଥିବା କୁହାଯାଇଛି ।

ଆଇନ ମନ୍ତ୍ରୀ ଓ ବିଧାୟକ ମାନୁନାହାନ୍ତି ସାମାଜିକ ଦୂରତା ନିୟମ !

ତେବେ ରାଜ୍ୟରେ ଏବେ ରକ୍ତର ଅଭାବ ଦେଖା ଦେଇଥିଲାବେଳେ ରାଜ୍ୟ ସରକାରଙ୍କ ଆୟୋଜିତ 'ଜୀବନବିନ୍ଦୁ' କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ଏହା ଦ୍ବାରା ଅନେକ ଲୋକ ଉପକୃତ ହେବେ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହି ରକ୍ତଦାନ କାର୍ଯ୍ୟକ୍ରମ କଟକ ଜିଲ୍ଲାରେ 7 ଦିନ ଧରି ଚାଲିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details