ଓଡିଶା

odisha

ETV Bharat / state

'ଆଗକୁ ଅଧିକ ଦିବ୍ୟାଙ୍ଗ ରୋଜଗାରକ୍ଷମ ହେବେ' - ଓଡିଶା ଏବେ ଦିବ୍ୟାଙ୍ଗ ଦିଗରେ ଅଧିକ ରୋଜଗାରକ୍ଷମ

କଟକ ରେଡକ୍ରସ ଭବନ ଅଧିନରେ ଥିବା 'ସହାୟ' କେନ୍ଦ୍ରରେ ଦିବ୍ୟାଙ୍ଗ ପାଇଁ ଏକ ବିଦ୍ୟୁତ ଥେରାପି କେନ୍ଦ୍ର ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ନୂତନ ବିଭାଗର ଉଦଘାଟନ କରିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 24, 2019, 9:16 PM IST

କଟକ: କଟକ ରେଡକ୍ରସ ଭବନ ଅଧୀନରେ ଥିବା 'ସହାୟ' କେନ୍ଦ୍ରରେ ମଙ୍ଗଳବାର ପହଞ୍ଚିଥିଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏହି ଗସ୍ତ ସମୟରେ 'ସହାୟ' କେନ୍ଦ୍ରରେ ଏକ ବିଦ୍ୟୁତ ଥେରାପି ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ନୂତନ ବିଭାଗର ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମନ୍ତ୍ରୀ ଅଶୋକ ପଣ୍ଡା ‘ସହାୟ’ କେନ୍ଦ୍ରରେ ଭିନ୍ନକ୍ଷମ ପିଲାମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ଏଥି ସହ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ କିପରି ଏହି ସହାୟ କେନ୍ଦ୍ରରୁ ଅନେକ ପିଲା ରୋଜଗାରକ୍ଷମ ହେବେ ସେ ଦିଗରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ସହାୟ କେନ୍ଦ୍ରରେ ଉଦଘାଟିତ ବିଦ୍ୟୁତ ଥେରାପି ଦ୍ବାରା ଅନେକ ଦିବ୍ୟାଙ୍ଗ ପିଲା ସୁସ୍ଥ ହୋଇପାରିବେ । ଏଥିସହିତ ସୌନ୍ଦର୍ଯ୍ୟକରଣ ବିଭାଗର ଉଦଘାଟନ ଫଳରେ ସମସ୍ତ ଛାତ୍ରୀ ରୋଜଗାରକ୍ଷମ ହୋଇପାରିବେ । ଯାହାଦ୍ବାରା ରାଜ୍ୟର ଅର୍ଥନୈତିକ ମଧ୍ୟ ସୁଦୃଢ ହେବ ।

ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରୀ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏମାନେ କେବଳ ଶାରିରୀକ ସ୍ତରରେ ଦିବ୍ୟାଙ୍ଗ କିନ୍ତୁ ମାନସିକ ସ୍ତରରେ ଏମାନେ ବେଶ ମଜବୁତ । ତେବେ ଓଡିଶା ଏବେ ଦିବ୍ୟାଙ୍ଗ ଦିଗରେ ଅଧିକ ରୋଜଗାରକ୍ଷମ । ସଠିକ୍ ପ୍ରଶିକ୍ଷଣ ଏବଂ ଉନ୍ନତମାନର ପରିବେଶ ଯୋଗୁଁ ସେମାନେ ଆଜି ଆଗରେ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details