ଓଡିଶା

odisha

ETV Bharat / state

ବିଜୁ ଜୟନ୍ତୀ ଅବସରରେ ହେବାକୁ ଥିବା ମିନି ମାରାଥନ ସ୍ଥଗିତ - mini-marathon postponed on Biju Jayanti occasion

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ପ୍ରତିବର୍ଷ ଓଡ଼ିଶା ଭେଟେରାନ ସ୍ପୋର୍ଟସ ପର୍ସନ୍ସ ଆସୋସିଏସନ ପକ୍ଷରୁ ଆୟୋଜନ ହୋଇ ଆସୁଥିବା ମିନି ମାରାଥନ ଓ ୱାକାଥନ ପ୍ରତିଯୋଗିତା ଚଳିତବର୍ଷ କୋରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହୋଇଛି ।

ସଂକ୍ରମଣ ଭୟରେ ମିନି ମାରାଥନ ସ୍ଥଗିତ
ସଂକ୍ରମଣ ଭୟରେ ମିନି ମାରାଥନ ସ୍ଥଗିତ

By

Published : Mar 3, 2021, 9:52 PM IST

କଟକ: ସ୍ଥଗିତ ହେଲା ବିଜୁ ଜୟନ୍ତୀ ଅବସରରେ ହେଉଥିବା ମିନି ମାରାଥନ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ପ୍ରତିବର୍ଷ ଓଡ଼ିଶା ଭେଟେରାନ ସ୍ପୋର୍ଟସ ପର୍ସନ୍ସ ଆସୋସିଏସନ ପକ୍ଷରୁ ଆୟୋଜନ ହୋଇ ଆସୁଥିବା ମିନି ମାରାଥନ ଓ ୱାକାଥନ ପ୍ରତିଯୋଗିତା ଚଳିତବର୍ଷ କୋରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହୋଇଛି ।

ସଂକ୍ରମଣ ଭୟରେ ମିନି ମାରାଥନ ସ୍ଥଗିତ

ଚଳିତବର୍ଷ କେବଳ ବିଜୁ ବାବୁଙ୍କ ପୈତୃକ ବାସଭବନ ବା ବିଜୁ ପଟ୍ଟନାୟକ ସଂଗ୍ରହାଳୟ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଆସୋସିଏସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ବୋଲି ବାରବାଟୀ ଷ୍ଟାଡିୟମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ସଭାପତି ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ ପ୍ରମୁଖ ସୂଚନା ଦେଇଛନ୍ତି ।

ଏବର୍ଷ କୋରୋନା ସଂକ୍ରମଣ ଯୋଗୁଁ ଅଧିକାଂଶ ସ୍କୁଲ କଲେଜ ବନ୍ଦ ରହିଛି । ତେଣୁ ମାରାଥନ, ୱାକଥନ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି । ତେବେ କୋରୋନା ହଟିଲା ପରେ ଆସନ୍ତାବର୍ଷ ସ୍ଥିତି ଠିକ ରହିଲେ ପୂର୍ବଭଳି ମାରାଥନ, ୱାକଥନ ଆଦି ପ୍ରତିଯୋଗିତା ଆୟୋଜନ କରାଯିବ ।

ତେବେ ଆସନ୍ତା 5ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ଅବସରରେ ବାରବାଟୀ ଷ୍ଟାଡିୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ ବୋଲି କହିଛନ୍ତି ଆସୋସିଏସନର ସଭାପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details