ଓଡିଶା

odisha

ETV Bharat / state

ସିଲଭର ସିଟିରେ ମିନି ବାଲିଯାତ୍ରା - କଟକରେ ମିନିଯାତ୍ରା

ଆଗାମୀ ଫେବୃଆରୀ ୯ ରୁ ୧୩ ବାଲିଯାତ୍ରା ପଡ଼ିଆରେ ମିନି ବାଲିଯାତ୍ରା ଆୟୋଜନ ହେବାକୁ ଯାଉଛି । ବାଲିଯାତ୍ରା ପରେ କଟକବାସୀ ଆଉ ଏକ ବାଲିଯାତ୍ରାର ମଜା ନେବେ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

mini bali yatra in cuttack
ସିଲଭର ସିଟିରେ ମିନି ବାଲିଯାତ୍ରାରେ

By

Published : Jan 30, 2020, 9:37 PM IST


କଟକ: ସିଲଭର ସିଟିରେ ଆୟୋଜନ ହେବାକୁ ଯାଉଛି ମିନି ବାଲିଯାତ୍ରା । ଭାରତ ସରକାରଙ୍କ ଏମଏସଏମଇ ଉନ୍ନୟନ ପ୍ରତିଷ୍ଠାନ, ଓଡିଶା ସରକାରଙ୍କ ଏମଏସଏମଇ ବିଭାଗ ଓ ଓଡିଶା ଶିଳ୍ପ ସଂଘ ମିଳିତ ଆନୁକୂଲ୍ୟରେ ବାଲିଯାତ୍ରା ଉପର ପଡିଆରେ ଆଞ୍ଚଳିକ ଶିଳ୍ପ ଓ ବାଣିଜ୍ୟ ମେଳା ଆୟୋଜନ ହେବାକୁ ଯାଉଛି ।

ସିଲଭର ସିଟିରେ ମିନି ବାଲିଯାତ୍ରାରେ


ଏହି ମେଳା ଫେବୃଆରୀ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ ୨୦୦ରୁ ଅଧିକ ଷ୍ଟଲ ଖୋଲିବ । ଏଥିସହ ୧୦ ପାଭିଲିଅନ, ଫୁଡ଼ କୋର୍ଟ ଦୋଳି ଆଦିର ଦର୍ଶକ ମଜା ନେଇପାରିବେ । ତେବେ ଏହା ନୂତନ ଭାବେ ମେଳାରେ ସାମିଲ ହେବାକୁ ଥିବା ଶିଳ୍ପ ସଂସ୍ଥା ମାନଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details