କଟକ: ଓଡିଶାକୁ ପ୍ରବାସୀ ଫେରିବା ପରେ ଚିନ୍ତା ବଢାଇଛି କୋରୋନା । ସବୁ ଜିଲ୍ଲାରେ ଏହା ଦୃଶ୍ୟମାନ ହେଉଛି । କଟକକୁ ମଧ୍ୟ ଅନେକ ପ୍ରବାସୀ ଆସିଛନ୍ତି ଆହୁରି ଅନେକ ମଧ୍ୟ ଆସିବାକୁ ବାକି ଅଛି । ଯାହାପାଇଁ ଚିନ୍ତା ବଢିବା ସ୍ବଭାବିକ । ତେବେ ପ୍ରବାସୀଙ୍କ ଫେରିବା ପରେ ଜିଲ୍ଲାରେ କେଉଁ ସବୁ ଦିଗ ଉପରେ ଧ୍ୟାନ ଦିଆଯିବ ସେନେଇ ଏକ ବୈଠକରେ ହୋଇଛି ଆଲୋଚନା ।
ସଂକ୍ରମଣ ନଥିଲେ ହୋମ କ୍ବାରେଣ୍ଟାଇନରେ ରହିବେ ପ୍ରବାସୀ - କଟକ ଖବର
ପ୍ରବାସୀଙ୍କ ଫେରିବା ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ହୋମ କ୍ବାରେଣ୍ଟାଇନ ଉପରେ ଫୋକସ । ଅଧିକ ପଢ଼ନ୍ତୁ...
![ସଂକ୍ରମଣ ନଥିଲେ ହୋମ କ୍ବାରେଣ୍ଟାଇନରେ ରହିବେ ପ୍ରବାସୀ migrants will be on home quarantine, cuttack, don't have symptoms of covid-19, ହୋମ କ୍ବାରେଣ୍ଟାଇନରେ ରହିବେ ପ୍ରବାସୀ, କଟକ ଖବର, ହୋମ କ୍ବାରେଣ୍ଟାଇନ](https://etvbharatimages.akamaized.net/etvbharat/prod-images/768-512-7222977-207-7222977-1589626203859.jpg)
ଯେଉଁ ପ୍ରବାସୀଙ୍କ ଠାରେ ସଂକ୍ରମଣ ନଥିବ ସେମାନେ ହୋମ କ୍ବାରେଣ୍ଟାଇନରେ ରହିବେ । ସେମାନେ ମଧ୍ୟ ସମସ୍ତ ଗାଇଡ଼ ଲାଇନ ମାନିବେ । ସେମାନେ ଯେମିତି ଘର ବାହାରକୁ ନଯିବେ ସେଥିପାଇଁ ରହିବ କଡା ନିର୍ଦ୍ଦେଶ । ଆଉ ଏହା କେବଳ ସହରବାସୀ, ପୂଜା କମିଟି, ଶାନ୍ତି କମିଟି, ସାହି ବାସିନ୍ଦା ଚାହିଁଲେ ହିଁ ସମ୍ଭବ ହେବ । ସେଥିପାଇଁ ସବୁ କମିଟି ଶପଥ କରିବେ ଯେପରି କୌଣସି ହୋମ କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତି ହଇରାଣ ନ ହୁଅନ୍ତି । ତେବେ ଏହି ପ୍ରମୁଖ ପସଙ୍ଗରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଶନିବାର ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା । ଯେଉଁଥିରେ ପୋଲିସ କମିଶନର, କଟକ ପର୍ଯ୍ୟବେକ୍ଷଣ ଦାୟିତ୍ବରେ ଥିବା ସୌରଭ ଗର୍ଗ ଉପସ୍ଥିତ ଥିଲେ । ଏହାଛଡା ବିଧାୟକ, ସାଂସଦ ଓ ବିଭନ୍ନ ପୂଜା କମିଟି ଓ ଶାନ୍ତି କମିଟିର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ