ନିଆଳି: ପଞ୍ଚାୟତ ନିର୍ବାଚନ ପାଇଁ ପୁର-ପଲ୍ଲୀ ସରଗରମ ରାଜନୀତି । ଚଳିତ ନିର୍ବାଚନ ରଣାଙ୍ଗନରେ ବହୁ ଶିକ୍ଷିତ ଯୁବକ ଓ ମହିଳା ପ୍ରାର୍ଥୀପତ୍ର ଦାଖଲ କରୁଥିବା ନଜରକୁ ଆସିଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତରେ ଜଣେ ପ୍ରବାସୀ ଓଡିଆ ମଧୁସୂଦନ ପାତ୍ର ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ସୁଦ୍ଧା ଚଳିତ ନିର୍ବାଚନ ରଣାଙ୍ଗନରେ ସରପଞ୍ଚ ପ୍ରାର୍ଥୀ ଭାବରେ ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ମଧୁସୂଦନ ପାତ୍ର ୨୦ ବର୍ଷ ହେବ ର୍ଜମାନୀରେ ପ୍ରତିଷ୍ଠିତ ବ୍ଯବସାୟୀ ଭାବରେ ପରିଚିତ । ମଧୁସୂଦନ ପାତ୍ରଙ୍କ ପତ୍ନୀ ଦିପ୍ତୀମୟୀ ପାତ୍ର ବର୍ତ୍ତମାନ ବ୍ରାହ୍ମଣବାଟି ପଞ୍ଚାୟତ ସମିତି ସଭ୍ୟ ଅଛନ୍ତି । ସେହିପରି ତାଙ୍କ ବାପା ବଳରାମ ପାତ୍ର କଟକ ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି । ସେ ମଧ୍ୟ ପୂର୍ବରୁ ସରପଞ୍ଚ ଭାବରେ କାର୍ଯ୍ୟ ତୁଲାଇଥିଲେ । ନାମାଙ୍କନ ଭରିବା ପରେ ମଧୁସୂଦନ କହିଛନ୍ତି ଯେ, ପଞ୍ଚାୟତବାସୀଙ୍କ ସେବା କରିବା ଲକ୍ଷ୍ୟ ନେଇ ରାଜନୀତିକୁ ଓହ୍ଲାଇଛି ।