କଟକ: ସିଏମସିର ୨୬ ନମ୍ବର ୱାର୍ଡ ଅନ୍ତର୍ଗତ କୁମ୍ଭାର ସାହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା କଟକ ମହାନଗର ନିଗମ । ଉକ୍ତ ଅଞ୍ଚଳରେ ୨୪ ସ୍ଥାନୀୟ ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ସିଏମସି । ତେବେ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ ପାଇଁ କଟକଣା ଜାରି କରାଯାଇଛି । କୌଣସି ବାହାର ଲୋକ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।
କୁମ୍ଭାର ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା - cuttack micro containment zone
ସିଏମସିର ୨୬ ନମ୍ବର ୱାର୍ଡ ଅନ୍ତର୍ଗତ କୁମ୍ଭାର ସାହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା କଟକ ମହାନଗର ନିଗମ । ଉକ୍ତ ଅଞ୍ଚଳରେ ୨୪ ସ୍ଥାନୀୟ ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ସିଏମସି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କୁମ୍ଭାର ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା
ଉକ୍ତ ଅଞ୍ଚଳର କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ । ସେହିପରି ଉକ୍ତ ସ୍ଥାନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ସିଏମସି । ସେହିପରି ଘର ଘର ବୁଲି ସାନିଟାଇଜ କରାଯିବ । ଆସନ୍ତାକାଲି ଠାରୁ କଣ୍ଟାକ୍ଟଟ୍ରେସିଂ କରାଯିବ । ତେବେ ଉକ୍ତ ଅଞ୍ଚଳ ମଧ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ