ଓଡିଶା

odisha

କଟକକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ: ଗୋଟିଏ ପରିବାରର ୬ଜଣ କୋଭିଡ ପଜେଟିଭ

By

Published : Dec 27, 2021, 8:49 PM IST

ନୂଆ ରାଉସା ପାଟଣା ଅଞ୍ଚଳର ଗୋପବନ୍ଧୁ ବିହାରର ଗୋଟିଏ ପରିବାରରେ 6 ଜଣ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ଉକ୍ତ ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି କଟକ ମହାନଗର ନିଗମ । ଅଧିକ ପଢନ୍ତୁ

କଟକକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ
କଟକକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ

କଟକ: କଟକକୁ ଫେରିଲା କଣ୍ଟେନମେଣ୍ଟ । ନୂଆ ରାଉସା ପାଟଣା ଅଞ୍ଚଳର ଗୋପବନ୍ଧୁ ବିହାରର ଗୋଟିଏ ପରିବାରରେ 6 ଜଣ କୋଭିଡ ପଜେଟିଭ ଚିହ୍ନଟ ହେବା ପରେ ଉକ୍ତ ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି କଟକ ମହାନଗର ନିଗମ ।

ପଜେଟିଭ ଚିହ୍ନଟ ହେବା ପରେ କଣ୍ଟାକ୍ଟ ଟ୍ରେସିଂ ସହ ଉକ୍ତ ପରିବାରକୁ କଟକଣା ମଧ୍ୟରେ ରହିବାକୁ ପରାମର୍ଶ ଦେଇଛି ସିଏମସି । ଏପରିକି ଉକ୍ତ ବିଲଡିଂକୁ ଅନ୍ୟ କାହାକୁ ଯିବା ଆସିବା ନକରିବା ପାଇଁ ବାରଣ ମଧ୍ୟ କରିଛି ସିଏମସି । ଜରୁରୀକାଳୀନ ସେବା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି ସିଏମସି ଅଧକାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details