ନିଆଳି: ତିହୁଡି ପଞ୍ଚାୟତର ଜୁଆଙ୍ଗ ଗାଁରେ ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟସେବା ବନ୍ଦ ଘଟଣା । ପ୍ରତିକ୍ରିୟା ରଖିଲେ ଟ୍ରଷ୍ଟି ମାଇକେଲ ଏ.ଦୋବେ । ଦୁଇ ବିଭାଗରେ ବଡ଼ ଧରଣର ଦୁର୍ନୀତି ସାଙ୍ଗକୁ ନିଯୁକ୍ତିରେ ମଧ୍ୟ ଜାଲିଆତି ହୋଇଥିବା କହିଲେ ମାଇକେଲ। ଆଗକୁ ଏହାର ସମାଧାନ ହେବ । ଏନେଇ ଜୁଆଙ୍ଗ ଗାଁର ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକଙ୍କ ସହିତ ଆଲୋଚନା ହୋଇଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୃହ ନିର୍ମାଣରେ ବ୍ଯାପକ ଟଙ୍କା ହେରଫେର ହୋଇଥିବା ନେଇ କହିଛନ୍ତି ମାଇକେଲ ଏ.ଦୋବେ ।
ନିଆଳି ବ୍ଲକ ଜୁଆଙ୍ଗ ଗାଁରେ ମାଇକେଲ ଜୈନିକ ଏକ ବ୍ୟକ୍ତିଙ୍କ ମାଧ୍ୟମରେ 1997 ମସିହାରେ ଏକ ମେଡ଼ିକାଲ ଖୋଲି ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ପରବର୍ତ୍ତୀ ସମୟରେ 2022 ମସିହାରେ ଏକ ବିବେକାନନ୍ଦ ପବ୍ଲିକ ବିଦ୍ୟାଳୟ ସ୍ଥାପନ କରି ମାଗଣାରେ ଶିକ୍ଷାଦାନ ଦିଆଯାଉଥିଲା । ବିଦ୍ୟାଳୟରେ 350 ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିଲେ । ଉଭୟ ଶିକ୍ଷାନୁଷ୍ଠାନ ଏବଂ ସ୍ବାସ୍ଥ୍ୟକେନ୍ଦ୍ରରେ 85ରୁ ଅଧିକ କର୍ମଚାରୀ ନିଯୁକ୍ତି ହୋଇଥିଲେ । କିନ୍ତୁ ୧୦ ମାସ ହେବ ହଠାତ୍ ବନ୍ଦ ହୋଇଯାଇଛି ଦୁଇ ବିଭାଗ । ଫଳରେ ଶିକ୍ଷାଦାନ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାଘାତ ହେବା ସହ ସ୍ବାସ୍ଥ୍ୟସେବା ବି ଠପ୍ ହୋଇଯାଇଛି । ଏ ସମ୍ପର୍କରେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖି ଦୁଇ ବିଭାଗରେ ଦୁର୍ନୀତି ହୋଇଥିବା ଟ୍ରଷ୍ଟି ମାଇକେଲ ଏ.ଦୋବେ ଅଭିଯୋଗ ଆଣିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ବନ୍ଦ ହେଲା ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ, ଅସନ୍ତୋଷ ବ୍ୟକ୍ତ କଲେ ସ୍ଥାନୀୟ ବାସିନ୍ଦା