କଟକ:କି ବିଚିତ୍ର ବ୍ୟବସ୍ଥା । ଆଖିରେ ଦେଖିଲେ ସହି ହେବନି ! ଦେହରେ କ୍ୟାନସର ବୋହି ରାତି ପାହିଲେ ଉତ୍ତମ ଚିକିତ୍ସା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାରୁ ଆସିଥାନ୍ତି ଅନେକ ରୋଗୀ । ଉତ୍ତମ ଚିକିତ୍ସା, ବିଶିଷ୍ଟ ଡାକ୍ତରଙ୍କ ପାଖରେ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର ଚିକିତ୍ସା କେନ୍ଦ୍ରକୁ ଛୁଟିଥାନ୍ତି କର୍କଟ ରୋଗୀ । କିନ୍ତୁ ଚିକିତ୍ସା ପାଇଁ ଆସିବା ପରେ ନିଜର ନାମ ପଞ୍ଜୀକରଣ କରିବା ପରର ସ୍ଥିତି ଆପଣଙ୍କ ସାମ୍ନାରେ । ଗଛ ତଳେ ରୋଗୀଙ୍କ ଜୀବନ ଵିତୁଥିବା ବେଳେ ଗୁରୁତ୍ବାରୋପ କରୁନାହାନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
କିଛି ଲୋକଙ୍କ ପାଇଁ ବେଡ଼ ମିଳିଥିବା ବେଳେ ଅନେକ ରୋଗୀ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ପରିସର ଭିତରେ ଥିବା ଗଛ ତଳେ ନ ହେଲେ ଖୋଲା ବାରଣ୍ଡାରେ ପଡି ରହିଛନ୍ତି । ଯେଉଁଭଳି ଭାବେ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମନୁଷ୍ୟ ଜାତି ପାଇଁ ବଞ୍ଚିବା ପାଇଁ କଷ୍ଟକର ହୋଇପଡିଛି । ଏହି ସମୟରେ ରୋଗୀ ମାନଙ୍କ ପ୍ରତି ଅବହେଳା ନିଶ୍ଚିତ ଭାବେ ଚିନ୍ତା ସୃଷ୍ଟି କରିଛି । ଦୀର୍ଘ ଦିନ ହେବ ନିଜ ଜୀବନ ସହ ସଂଘର୍ଷ ଜାରି ରଖିଛନ୍ତି ରୋଗୀ । ହେଲେ ମେଡିକାଲଙ୍କ ଚରମ ଅବହେଳା ପାଇଁ ଜୀବନ ଦୁର୍ବିଶହ ହୋଇପଡିଛି ।