କଟକ: ଥମୁନି ଖାନନଗରରେ ବସ ଟର୍ମିନାଲ ପ୍ରସଙ୍ଗ। ଗୁରୁବାର ଖାନନଗର ଅଞ୍ଚଳ ବାସିନ୍ଦା ଏହାକୁ ବିରୋଧ କରି ପ୍ରତିବାଦ କରିଥିବା ବେଳେ ଆଜି ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି କଟକ ବାରବାଟୀ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ।
ଗତ ୨୦୧୨ ଡିସେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ବସଷ୍ଟାଣ୍ଡ ଉପରେ ସମୀକ୍ଷା କରିଥିବା ବେଳେ ଗୋପାଳପୁରରେ ନିର୍ମାଣ ହେବ ବୋଲି କହିଥିଲେ । ଏନେଇ ପ୍ରକଳ୍ପ ମଧ୍ୟ ଆରମ୍ଭ ହୋଇଥିଲା। ଏପରିକି ଗୋପାଳପୁର ଠାରେ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଥିଲା।