ଓଡିଶା

odisha

ETV Bharat / state

Mo Ward Campaign: ବସ୍ତିରେ ଖାଇଲେ, ରାତ୍ରିଯାପନ କଲେ କଟକ ମେୟର - ମୋ ଓ୍ବାର୍ଡ ଅଭିଯାନର ପ୍ରଥମ ଦିନ

ମୋ ଓ୍ବାର୍ଡ ଅଭିଯାନର ପ୍ରଥମ ଦିନରେ ବସ୍ତି ଲୋକଙ୍କ ସମସ୍ୟା ବୁଝିବା ସହ ରାତ୍ରିଯାପନ କଲେ ମେୟର। ଅଧିକ ପଢନ୍ତୁ

Etv Bharat
mo ward campaign starts in cuttack

By

Published : Feb 24, 2023, 9:01 AM IST

mo ward campaign starts in cuttack

କଟକ:ବସ୍ତି ଲୋକଙ୍କ ସମସ୍ୟା ଜାଣିବା ପାଇଁ କଟକ ମେୟରଙ୍କ ଅଭିନବ ଉପାୟ । ମୋ ୱାର୍ଡ ଅଭିଯାନ ମାଧ୍ୟମରେ ବସ୍ତି ଲୋକଙ୍କ ସହ ଆଲୋଚନା ପରେ ଭୋଜନ କରି ରାତ୍ରିଯାପନ କଲେ ମେୟର ସୁବାସ ସିଂ । ସରକାରଙ୍କ ଯୋଜନା କିପରି ବସ୍ତି ବାସିନ୍ଦାଙ୍କ ନିକଟରେ ପହଞ୍ଚି ପାରିବ ସେନେଇ ମୋ ୱାର୍ଡ ଯୋଜନା ଆରମ୍ଭ ହୋଇଥିବା କହିଛନ୍ତି କଟକ ମେୟର । ଆଜି (ଶୁକ୍ରବାର) ୱାର୍ଡର ବିଭିନ୍ନ ପ୍ରୋଜେକ୍ଟ ସମୀକ୍ଷା, ଡ୍ରେନ, ଜାଇକା, ପରିମଳ ଦିଗକୁ ସମୀକ୍ଷା କରିବେ ମେୟର, କମିଶନର ଓ ବିଭିନ୍ନ ବିଭାଗୀୟ ଅଧିକାରୀ।

ମିଳିଥିବା ସୂଚନା ଅନୁଯାୟୀ, ବସ୍ତି ଲୋକଙ୍କ ସମସ୍ୟା ଜାଣିବା ପାଇଁ ଗତକାଲି ଠାରୁ କଟକରେ ଆରମ୍ଭ ହୋଇଛି ମୋ ୱାର୍ଡ ଅଭିଯାନ । ଏହି ଅଭିଯାନର ପ୍ରଥମ ଦିନରେ ୧ ନମ୍ବର ୱାର୍ଡର ରାଧାକୃଷ୍ଣ ବସ୍ତିରେ ଲୋକଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ ମେୟର । ପ୍ରଥମେ ବରିଷ୍ଠ ଲୋକଙ୍କ ସହ ଆଲୋଚନା ଓ ପରେ ପରେ ବସ୍ତିରେ ରାତ୍ରି ଭୋଜନ ସହ ଶୋଇଥିଲେ ମେୟର । ଆଜି ବିଡ଼ାନାସି ଅଞ୍ଚଳରେ କମିଶନରଙ୍କ ସହ ସାନିଟସନ ଓ ଡ୍ରେନ ସମସ୍ୟା ତଦାରଖ କରିବେ ମେୟର । ଏହାପରେ 1 ନମ୍ବର ୱାର୍ଡରେ ପ୍ରୋଜେକ୍ଟ କାର୍ଯ୍ୟର ତଦାରଖ ,ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନବାଡି, ଏସଏସଜି ସେଣ୍ଟର ବୁଲି ଅନେକ ଦିଗ ଉପରେ ଆଲୋଚନା ହେବ ।

ଏହା ମଧ୍ୟ ପଢନ୍ତୁ-Odisha Budget: ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

ଏହାପରେ ସବୁ ୱାର୍ଡ ବୁଲି ତମାମ ସମସ୍ୟାର ସମାଧାନ ପାଇଁ ସିଏମସି ଚେଷ୍ଟା କରିବେ ବୋଲି କହିଛନ୍ତି ମେୟର ସୁବାସ ସିଂ । ଏହାସହ ବସ୍ତିର ଯୁବକ ମାନଙ୍କ ମଧ୍ୟରେ ଏକ ପରିବର୍ତ୍ତନର ଦିଗ ଆଣିବା ପାଇଁ ଏକ ବଡ଼ ବୈଠକ ଅନୁଷ୍ଠିତ ହେବ । ପରେ ପରେ ଶ୍ରମିକ କାର୍ଡ ହୋଲଡ଼ର, ଷ୍ଟ୍ରଟ ଭେଣ୍ଡର୍ସ ଓ ଭତ୍ତା ପାଉଥିବା ବ୍ୟକ୍ତି ବିଶେଷ ମାନଙ୍କ ସୁବିଧା ଅସୁବିଧା ବୁଝିବେ ସିଏମସି । କଟକରେ ଦୀର୍ଘ ଦିନ ଧରି ଅନେକ ସମସ୍ୟା ରହିଛି । ଏହାର ସମାଧାନ ପାଇଁ ସିଏମସି ସର୍ଵଦା ତତ୍ପରତା ଦେଖାଇଛି । କିନ୍ତୁ ୱାର୍ଡ ମଧ୍ୟରେ ଅନେକ ସମସ୍ୟା ଲୁକାୟିତ ଭାବରେ ରହିଛି ତାହା ଏଇ ମୋ ୱାର୍ଡ ଅଭିଯାନ ମାଧ୍ୟମରେ ସାମ୍ନାକୁ ଆସିବ ଓ ସମାଧାନ କରାଯିବ ବୋଲି କହିଛନ୍ତି ମେୟର । ମୋ ଓ୍ବାର୍ଡ ଅଭିଯାନର ପ୍ରଥମ ଦିନ ଶେଷ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନ।

ଇଟିଭି ଭାରତ, କଟକ

ABOUT THE AUTHOR

...view details