ଓଡିଶା

odisha

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଟାଇମ ଟେବୁଲ, ଉତ୍ସାହିତ ଛାତ୍ରଛାତ୍ରୀ

By

Published : Feb 8, 2021, 6:17 PM IST

Updated : Feb 8, 2021, 10:40 PM IST

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଟାଇମ ଟେବୁଲ
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଟାଇମ ଟେବୁଲ

22:32 February 08

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଟାଇମ ଟେବୁଲ

18:09 February 08

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଟାଇମ ଟେବୁଲ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଟାଇମ ଟେବୁଲ

କଟକ:ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଟାଇମ ଟେବୁଲ । ମେ ୩ ତାରିଖରେ ଓଡ଼ିଆ, ୫ ରେ ଇଂରାଜୀ, ୭ ରେ ତୃତୀୟ ଭାଷା ହିନ୍ଦୀ, ୮ ରେ ସଂସ୍କୃତ, ୯ ତାରିଖରେ ଭିଜୁଆଲ ଆର୍ଟ, ୧୦ ରେ ଗଣିତ , ୧୨ରେ ବିଜ୍ଞାନ, ୧୫ରେ ସାମାଜିକ ବିଜ୍ଞାନର ପରୀକ୍ଷା କରାଯିବ । ତେବେ ସକାଳ ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଛାତ୍ରଛାତୀଙ୍କୁ ଦିଆଯିବ ବୋଲି ସ୍ଥିର କରାଯାଇଛି ।

ସକାଳ ୭ ଟା ୪୫ ରେ ଉଭୟ ପାର୍ଟ-୧ ଅବଜେକଟିଭ ଓ ପାର୍ଟ-୨ ସବଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟା ଯିବ । ପାର୍ଟ ୧ ବା ଅବଜେକଟିଭ ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇ ସକାଳ ୯ ଟା ପର୍ଯ୍ୟନ୍ତ ଚାଲିବ ଏବଂ ପାର୍ଟ ୨ ସବଜେକ୍ଟିଭ ସକାଳ ୯ ଟାରୁ ଆରମ୍ଭ ହୋଇ ୧୦ ରେ ଶେଷ ହେବ । ପରୀକ୍ଷାର୍ଥୀମାନେ ପାର୍ଟ ୧ ବା ଅବଜେକଟିଭ ପ୍ରଶ୍ନର ଉତ୍ତର OMR ଉତ୍ତର ଖାତାରେ ଦେବେ । ପାର୍ଟ ୨ ବା ସବଜେକ୍ଟିଭର ପ୍ରଶ୍ନର ଉତ୍ତର କୋଶ୍ଚିନ-କମ-ଆନସର ବୁକଲେଟରେ ଦେବେ ।

ତେବେ ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ମାର୍ଚ୍ଚ ମାସରେ ହେଉଥିବାବେଳେ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ମେ ମାସରେ ପରୀକ୍ଷା କରାଯାଉଛି । ତେବେ ପିଲାଙ୍କୁ ଅନଲାଇନ ମାଧ୍ୟମରେ ପାଠ ପଢାଯାଇଥିବାବେଳେ କୋରୋନା ସ୍ଥିତିରେ ସୁଧାର ଆସିବା ପରେ ବିଦ୍ୟାଳୟ ପରିସରରେ ପିଲାଙ୍କୁ ଗତ ଜାନୁଆରୀ ମାସରେ ଶିକ୍ଷାଦାନ ଦିଆଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 8, 2021, 10:40 PM IST

ABOUT THE AUTHOR

...view details