ଓଡିଶା

odisha

ETV Bharat / state

Matric offline Exam; ସମୁଦାୟ 15027, ଅସନ୍ତୁଷ୍ଟ 2244 କଲେ ଫର୍ମ ପୂରଣ - ବୋର୍ଡ କାର୍ଯ୍ୟାଳୟ

ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ସରିଲା ଆବେଦନ । ସମୁହାୟ 15 ହଜାର 27ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ସେଥିରୁ ରେଗୁଲାର ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଥିବା 2244ଜଣ ଫର୍ମ ପୂରଣ କରିଛନ୍ତି । ଅଧିକ ପଢନ୍ତୁ...

ସମୁଦାୟ 15027, ଅସନ୍ତୁଷ୍ଟ 2244 କଲେ ଫର୍ମ ପୂରଣ
ସମୁଦାୟ 15027, ଅସନ୍ତୁଷ୍ଟ 2244 କଲେ ଫର୍ମ ପୂରଣ

By

Published : Jul 16, 2021, 10:00 AM IST

କଟକ: ବହୁ ବିଚାର ବିମର୍ଷ ପରେ ବିନା ପରୀକ୍ଷାରେ ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ । ପ୍ରକାଶିତ ଫଳକୁ ନେଇ ଅସନ୍ତୁଷ୍ଟ ଥିବା ପିଲାମାନେ ପୁଣି ଅଫଲାଇନରେ ପରୀକ୍ଷା ଦେବାକୁ ନିଷ୍ପତ୍ତି ହୋଇଥିଲା । ଏନେଇ ଜୁଲାଇ 5ରୁ ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହାର ଅବଧି ଶେଷ ହୋଇଛି । ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର 2244ଜଣ ଫର୍ମ ପୂରଣ କରିଛନ୍ତି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ନେଇ ହୋଇଥିବା ମୂଲ୍ୟାୟନକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଅଭିଭାବକଙ୍କ ସମେତ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଥିଲେ । ମୂଲ୍ୟାୟନ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଅଫଲାଇନରେ ପରୀକ୍ଷା ହେବା ନେଇ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଏ ନେଇ ଗତକାଲି ଫର୍ମ ପୂରଣ ଅବଧି ଶେଷ ହୋଇଛି ।

ଫର୍ମ ପୂରଣ ପରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ,ମୂଳ୍ୟାୟନରୁ ବଞ୍ଚିତ ଥିବା ବିଦ୍ୟାର୍ଥୀ ଆଦି ସବୁ ବର୍ଗର ପିଲାଙ୍କୁ ମିଶାଇ ସମୁଦାୟ 15 ହଜାର 27ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ସେଥିରୁ ରେଗୁଲାର ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଥିବା 2244ଜଣ ଫର୍ମ ପୂରଣ କରିଛନ୍ତି । ମାତ୍ର 0.39 ପ୍ରତିଶତ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ।

ସୂଚନାଅନୁସାରେ,ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ 5ଲକ୍ଷ 74 ହଜାର 125ଜଣ ରେଗୁଲାର ପିଲା ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ମାତ୍ର କୋରୋନା ପାଇଁ ପରୀକ୍ଷା ବାତିଲ କରାଯାଇଥିଲା । ନବମ ଶ୍ରେଣୀ ପରୀକ୍ଷା,ଦଶମ ଶ୍ରେଣୀ ପରୀକ୍ଷା ଓ ବିଦ୍ୟାଳୟର 4 ବର୍ଷ ରେଜଲ୍ଟ ଆଧାରରେ ମୂଲ୍ୟାୟନ କରାଯାଇଥିଲା । ପାସ ହାର ବି ଭଲ ରହିଥିଲା । ତଥାପି ପିଲାଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା । ବୋର୍ଡ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ରାସ୍ତାରେ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ ।

ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅଫଲାଇନରେ ପରୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ଘୋଷଣା ହୋଇଥିଲା । ଗତକାଲି ଫର୍ମ ପୂରଣ ଅବଧି ଶେଷ ହୋଇଛି । ଆସନ୍ତା 30 ତାରିଖରୁ ଅଗଷ୍ଟ 5 ତାରିଖ ମଧ୍ୟରେ ପରୀକ୍ଷା ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details