ଓଡିଶା

odisha

ETV Bharat / state

ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ପରୀକ୍ଷା

Matric Exam: ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କଲା ବୋର୍ଡ । ଆସନ୍ତା ଫେବୃଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ଅଧିକ ପଢ଼ନ୍ତୁ

ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା
ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା

By ETV Bharat Odisha Team

Published : Dec 13, 2023, 3:53 PM IST

Updated : Dec 13, 2023, 4:33 PM IST

ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା

କଟକ: ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ଆସନ୍ତା ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମ ଏବଂ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ଏହି ସମୟ ମଧ୍ୟରେ ପରୀକ୍ଷା କରାଯିବ । ଏନେଇ ବୋର୍ଡ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏମିତି ଅଛି ପରୀକ୍ଷା ସୂଚୀ: ଚଳିତ ଶିକ୍ଷାବର୍ଷର ମାଟ୍ରିକ୍‌ ପରୀକ୍ଷା ନେଇ ଆଜି (ବୁଧବାର) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚୀ ପ୍ରକାଶ ପାଇଛି । ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ, ଅର୍ଥାତ ୨୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିଭଳି ୨୩ରେ ଇଂରାଜୀ ପରୀକ୍ଷା ଥିବାବେଳେ ୨୬ରେ ରହିଛି ଗଣିତ ପରୀକ୍ଷା । ଫେବୃଆରୀ ୨୮ରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୨ରେ ବିଜ୍ଞାନ ଓ ୪ ତାରିଖ ତଥା ଅନ୍ତିମ ଦିନ ରହିଛି ସାମାଜିକ ବିଜ୍ଞାନ ପରୀକ୍ଷା । ଚଳିତବର୍ଷ ୨୯୯୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । SOSCରେ ୫୫ଟି କେନ୍ଦ୍ରରେ ୭ ହଜାର ୮ ଶହ ୩୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିଭଳି ମଧ୍ୟମାରେ ୧୦୭ଟି କେନ୍ଦ୍ରରେ ୩ ହଜାର ୩୭ ଜଣ ପରୀକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୫ରୁ ମୂଲ୍ୟାୟନ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ: ସବୁଠାରୁ ବଡ଼ କଥା ହେଉଛି, ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । କୋଭିଡ୍‌ ପାଇଁ ପୂର୍ବରୁ ପରୀକ୍ଷାର୍ଥୀ ମାନେ ଦୁଇଥର ପରୀକ୍ଷା ଦେଇଥିଲେ ଏବଂ ସବ୍‌ଜେକ୍ଟିଭ୍‌ରେ ୩୦ ମାର୍କର ପରୀକ୍ଷା ଦେଉଥିଲେ । ମାତ୍ର ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏଥର ପରୀକ୍ଷାର୍ଥୀମାନେ ୧୦୦ ମାର୍କ ବିଶିଷ୍ଟ ପରୀକ୍ଷା ଦେବେ । ସବ୍‌ଜେକ୍ଟିଭ୍‌ରେ ୫୦ ମାର୍କ ଏବଂ ଅବ୍‌ଜେକ୍ଟିଭ୍‌ରେ ୫୦ ମାର୍କର ପରୀକ୍ଷା ଦେବେ । ବାର୍ଷିକ ପରୀକ୍ଷାରେ ଯେଉଁ ୧୦୦ ମାର୍କର ପରୀକ୍ଷା ଦେବେ ସେଥିରୁ ୮୦ ପ୍ରତିଶତ ଓଏଟେଜରେ ମୂଲ୍ୟାୟନ କରାଯିବ । ଅର୍ଥାତ ୧୦୦ ମାର୍କରୁ ୮୦ ପ୍ରତିଶତ ଓଏଟେଜ ଏବଂ ଇଣ୍ଟରନାଲ ଓ ଆସ୍ପେରେଶନାଲ କମ୍ପୋନେଟରୁ ୨୦ ପ୍ରତିଶତ ଓଏଟେଜରେ ମୂଲ୍ୟାୟନ କରାଯିବ । ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୫ରୁ ମୂଲ୍ୟାୟନ ଆରମ୍ଭ ହେବ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ ନମୁନା ପ୍ରଶ୍ନପତ୍ର, ସ୍ବାଗତ କଲେ ଶିକ୍ଷାବିତ

ଏଣିକି ସହଜ ହେବ ମାଟ୍ରିକ ପରୀକ୍ଷା: ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗତ ସପ୍ତାହରେ ନମୂନା ପ୍ରଶ୍ନପତ୍ର ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ । ଏହି ପ୍ରଶ୍ନପତ୍ର ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗାମୀ ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ । ଏହି ନମୂନା ପ୍ରଶ୍ନପତ୍ର ଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠାଇବା ସହ ସମସ୍ତ ପିଲାଙ୍କ ନିକଟରେ ପହଞ୍ଚାଇବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ମାଟ୍ରିକ ପାଠ୍ୟକ୍ରମ ଅନୁଯାୟୀ ଓଡ଼ିଆ, ଇଂରାଜୀ, ଗଣିତ, ହିନ୍ଦୀ, ସଂସ୍କୃତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟର ଗୋଟିଏ ସେଟ୍‌ ଲେଖାଏଁ ନମୂନା ପ୍ରଶ୍ନପତ୍ର ପଠାଯାଇଛି ।

ଇଟିଭି ଭାରତ, କଟକ

Last Updated : Dec 13, 2023, 4:33 PM IST

ABOUT THE AUTHOR

...view details