ଓଡିଶା

odisha

ETV Bharat / state

ମେ ୨୬ରୁ ମାଟ୍ରିକ ଖାତା ମୂଲ୍ୟାୟନ, କେନ୍ଦ୍ରରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ - ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଆସନ୍ତା ୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ଖାତା ଦେଖା କେନ୍ଦ୍ରରେ କୋରୋନା ଗାଇଡ ଲାଇନ ସହ ମାସ୍କ ଓ ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ ହୋଇଛି । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖାର ବ୍ୟବସ୍ଥା କରାଯାଇଛି ।

matric-evaluation-will-be-started-from-may-26
matric-evaluation-will-be-started-from-may-26

By

Published : May 21, 2020, 6:50 PM IST

କଟକ: ଆସନ୍ତା ୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ଘୋଷଣା ହେଲା ତାରିଖ । 3ଥର ସ୍ଥଗିତ ପରେ ପୁଣି ଘୋଷଣା ହୋଇଛି ତାରିଖ । ପ୍ରଥମେ କୋରୋନା ପାଇଁ ପରେ ବାତ୍ୟା ପାଇଁ ଦୁଇ ଥର ସ୍ଥଗିତ ରହିଥିଲା ମୂଲ୍ୟାୟନ ତାରିଖ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ମେ ୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ, କେନ୍ଦ୍ରରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ

ତେଣୁ ଜିଲ୍ଲାସ୍ତରରେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଚିଠି ଲେଖାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଖାତା ଦେଖା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଖାତା ଦେଖା କେନ୍ଦ୍ରରେ କୋରୋନା ଗାଇଡ ଲାଇନ ସହ ମାସ୍କ ଓ ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ ହୋଇଛି । ଅନ୍ୟପଟେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । କଟକସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି ।

ମେ ୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ

ସୂଚନାଥାଉକି, କୋର୍ଟ ନିର୍ଦ୍ଦେଶାନୁସାରେ ଖାତା ଦେଖା ହେବ । 10 କିଲୋମିଟର ଭିତରେ ଖାତା ଦେଖା କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତି ସରିଛି । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ର ବ୍ୟବସ୍ଥା କରାଯାଇଛି । ଜୁଲାଇ ଶେଷ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ଯୋଜନା କରାଯାଇଛି । ସମସ୍ତ ଖାତା ଦେଖା କେନ୍ଦ୍ରରେ ଜଣେ ଓଆରଏସ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେବା ପାଇଁ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖାତା ଦେଖା କେନ୍ଦ୍ରରେ କୋଭିଡ-19ର ଅନୁପାଳନ ତଦାରଖ କରିବେ ନୋଡାଲ ଅଫିସର । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ 10 କିମି ପରିଧି ଭିତରେ ଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯିବ । ସମସ୍ତ ଖାତା ଦେଖା କେନ୍ଦ୍ରରେ ପିଇବା ପାଣି, ସାନିଟାଇଜ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନକାରୀଙ୍କ ସଂଖ୍ୟା କମିଲେ ବାହାର ଜିଲ୍ଲାରୁ ଆସିବେ ପଞ୍ଜିକୃତ ହୋଇଥିବା ଶିକ୍ଷକ । ଆବଶ୍ୟକ ପଡିଲେ ସ୍ପଟ୍ ନିଯୁକ୍ତି ଦିଆଯିବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଚିବ । ଗୋଟିଏ ମୂଲ୍ୟାୟନ କେନ୍ଦ୍ରରେ ୨୦୦ରୁ ଅଧିକ ମୂଲ୍ୟାୟନକାରୀ ଙ୍କୁ ଅନୁମତି ମିଳିବନି । ସାମାଜିକ ଦୂରତା ଓ ସ୍ଵଚ୍ଛତାକୁ ଗୁରୁତ୍ବ ଦେବାଲାଗି ଏହି ନିଷ୍ପତ୍ତି ନେଇଛି ବୋର୍ଡ଼ । ଯେଉଁଠି ୨୦୦ ରୁ ଅଧିକ ମୂଲ୍ୟାୟନକାରୀ ଯୋଗଦେବେ, ସେସବୁ ସ୍ଥାନରେ କେନ୍ଦ୍ରର ସୁପର ଭାଇଜରମାନେ ମୂଲ୍ୟାୟନ କେନ୍ଦ୍ର ନିକଟରେ ଆଉ ଏକ କେନ୍ଦ୍ର ଖୋଲି ମୂଲ୍ୟାୟନ କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ହୋଇଛି ।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details