କଟକ: ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି (PM Narendra Modi launches Rozgar Mela) । ପୂର୍ବାହ୍ନ ସାଢେ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଭିଡିଓ କନଫେରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ସହିଦ ଭବନରେ ନିଯୁକ୍ତି ମେଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ୧୦୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।
ନିଯୁକ୍ତି ମିଶନର ପ୍ରଥମ ପର୍ଯ୍ୟାୟରେ କଟକ ସହିଦ ଭବନ ପରିସରରେ ଅନୁଷ୍ଠିତ ହୋଇଥିବା ରୋଜଗାର ମେଳାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳବାଇ ଡିଆରଏମ, ଇଏସଆଇ ଓ ଭାରତୀୟ ଡାକ ଅଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ତେବେ ନିଃସ୍ବାର୍ଥ ଭାବରେ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନ ଅନୁସାରେ କାର୍ଯ୍ୟ କରିବେ ବୋଲି ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ରୋଜଗାର ମେଳା ଶୁଭାରମ୍ଭ, ଭୁବନେଶ୍ଵରରେ ୨୩୯ ଜଣ ପାଇଲେ ନିଯୁକ୍ତି ପତ୍ର