ଓଡିଶା

odisha

ETV Bharat / state

ନେଇଗଲେ ୧୮ ଛେଳି, ଖାଲି ଗୁହାଳ ଦେଖି ମାଲିକ ଚେତାଶୂନ୍ୟ - eighteen goats stolen

ନିଆଳିରେ ଚୋରମାନେ ଗୁହାଳରେ ପଶି କଳାକନା ବୁଲାଇଛନ୍ତି। ଜଣେ ବ୍ୟକ୍ତିଙ୍କ ଗୁହାଳରୁ ୧୮ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

ଗୁହାଳରୁ ଛେଳି ଚୋରି ଅଭିଯୋଗ
ଗୁହାଳରୁ ଛେଳି ଚୋରି ଅଭିଯୋଗ

By

Published : Jul 16, 2023, 5:16 PM IST

ଗୁହାଳରୁ ଛେଳି ଚୋରି ଅଭିଯୋଗ

ନିଆଳି : ଚୋରି କରି ଗୁହାଳ ଖାଲି କରିଦେଇଛନ୍ତି ଚୋର । ଏହା ଦେଖିବା ପରେ ଛେଳି ମାଲିକଙ୍କ ହୋସ ଉଡିଯାଇଛି । ତାଙ୍କର ବର୍ଷକର ଏକମାତ୍ର ରୋଜଗାର ଥିଲା ଛେଳି । ଆଉ ଛେଳି ଲାଳନପାଳନ କରି ଯାହା ଦୁଇ ପଇସା ରୋଜଗାର ହେଉଥିଲା ସେଥିରେ ପରିବାର ଚଳିଯାଉଥିଲା । ହେଲେ ଚୋର ଦଳ ସବୁ ତକ ଛେଳି ଚୋରି କରି ନେଇଥିବାରୁ କିଭଳି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଛେଳୀଚାଷୀ ପୀତବାସ ନାୟକ ।

ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ପତ୍ରକଣା ନଦୀକୂଳ‌ ସାହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୁହାଳରେ ଗତକାଲି ଚୋର ପଶିଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ସୋମନାଥ ସାହୁ । ତେବେ ଶନିବାର ବିଳମ୍ୱିତ ରାତିରେ ଗୁହାଳ ତାଲା ଭାଙ୍ଗିବା ସହ ଚୋରମାନେ ୧୮ଟି ଛେଳି ଚୋରି କରି ଫେରାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ସକାଳେ ଗୁହାଳରେ ଛେଳି ନଥିବା ଦେଖି ଛେଳି ମାଲିକ ସୋମନାଥ ସାହୁ ଚେତାଶୂନ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ସୋମନାଥଙ୍କ ପକ୍ଷରୁ କସର୍ଦ୍ଦା ଫାଣ୍ତିରେ ଏତଲା ଦିଆଯାଇଛି । ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ସୋମନାଥ ଦିନରେ ଛେଳି ଚରାଇବାକୁ ନେଇିଥଲେ । ଅପରାହ୍ନ ସମୟରେ ଗୁହାଳରେ ରଖି ଶୋଇବା ପୂର୍ବରୁ ଛେଳିଙ୍କ ଯତ୍ନ ମଧ୍ୟ ନେଇଥିଲେ । ହେଲେ ବିଳମ୍ୱିତ ରାତିରେ କେହି ଦୁବୃର୍ତ୍ତ ଗୁହାଳ ତାଲା ଭାଙ୍ଗି ୧୮ଟି ଛେଳିକୁ ଚୋରାଇ ନେଇଥିବା ରବିବାର ସକାଳୁ ଦେଖିବାକୁ ପାଇଛନ୍ତି ପରିବାର । ତେବେ ସୋମନାଥଙ୍କ ଅନ୍ୟ କୌଣସି ବ୍ୟବସାୟ ନଥିବାବେଳେ ସେ କେବଳ ଛେଳି ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ସେ କିପରି ପରିବାର ଚଳାଇବେ ତାହା ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ସହ ଛେଳିଗୁଡ଼ିକୁ ଉଦ୍ଧାର କରିବାକୁ ସୋମନାଥ ଓ ଗ୍ରାମବାସୀ ନିବେଦନ କରିଛନ୍ତି ।

ସେପଟେ ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ ନେଇ ମଧ୍ୟ ପୁଣି ଥରେ ସନ୍ଦେହ ଉପୁଜିଥିବାବେଳେ ଓଳାଷଁ ଗାଁର ନିକୁଞ୍ଜ ବିହାରୀ ସାହୁ ଶନିବାର ରାତିରେ ଶୋଇଥିବାବେଳେ ଅଢେଇ ମାସର ବାଛୁରୀର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଛନ୍ତି । ସେହିପରି 2018ରେ ନିଆଳିରେ ମେଣ୍ଢା ଗାୟବ ହୋଇଥିବା ଖବର ଚହଳ ସୃଷ୍ଟି କରିଥିଲା । ତେବେ ପୋଲିସ ନାଇଟ୍‌ ପାଟ୍ରୋଲିଂ ବଢାଇବା ସହ ତୁରନ୍ତ ଏହି ରାକେଟର ପର୍ଦ୍ଦାଫାସ କରିବାକୁ ଦାବି ହେଉଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details