ନିଆଳି: ବଢିଲା କଣ୍ଟାପଡ଼ା ତହସିଲଦାରଙ୍କ ଅଡୁଆ । ତହସିଲଦାରଙ୍କ ବଦଳି ଏବଂ ଖାଲି ପଡିଥିବା ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଦିଆଗଲା ଧାରଣା । ସରକାରୀ କାର୍ଯ୍ୟରେ ଅହେତୁକ ବିଳମ୍ବ ଏବଂ ଜନସାଧାରଣମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣି ତହସିଲଦାରଙ୍କୁ ବଦଳି ଦାବିରେ ଧାରଣା ଦେଲେ ଶତାଧିକ ଲୋକ । ଅତିରିକ୍ତ ତହସିଲଦାରଙ୍କ ପଦବି ପୂରଣ ଦାବିରେ ଗତ 6 ତାରିଖ ଦିନ କଣ୍ଟାପଡ଼ା ଆଇନଜୀବୀ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା । ମାତ୍ର କୌଣସି ସୁଫଳ ନମିଳିବାରୁ ବିଭିନ୍ନ ଅନୁଷ୍ଠାନ, ଆଇନଜୀବୀ ସଂଘ, ବିଭିନ୍ନ ରାଜନୈତିକ ଦଳର ନେତା, ଲୋକ ପ୍ରତିନିଧି ଏବଂ ବରିଷ୍ଠ ନାଗରିକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାରଙ୍କ କାର୍ଯ୍ଯକଳାରେ ଅତିଷ୍ଠ ହେଲେଣି କଣ୍ଟାପଡ଼ାବାସୀ । ଏପରି ସରକାରଙ୍କ ପ୍ରକୃତ ଯୋଜନାରୁ ବଞ୍ଚିତ ହେଉଥିବା ମଧ୍ୟ ଗୁରୁତର ଅଭିଯୋଗ ହୋଇଛି । ଜନ୍ମ, ମୃତ୍ୟୁ ସାର୍ଟିଫିକେଟ, ଜାତିଗତ ପ୍ରମାଣପତ୍ର, ଇନକମ ସାର୍ଟିଫିକେଟ ଏମିତି କି ତହସିଲଦାର ଆଇନଜୀବୀମାନଙ୍କୁ ଅସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଛି । ଗତ ୭ ମାସ ହେବ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାରଙ୍କ ପଦବୀ ଖାଲି ପଡ଼ିଛି । ଜିଲ୍ଲା ପ୍ରଶାସନ ଏହି ପଦବୀ ପୂରଣ କରୁନଥିବା କାରଣରୁ କଣ୍ଟାପଡ଼ା ଆଇନଜୀବୀ ସଂଘ ପକ୍ଷରୁ 5T ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଇ-ମେଲ୍ ମାଧ୍ୟମରେ ଅଭିଯୋଗ କରିଥିଲେ । ଅଭିଯୋଗ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଦାବି ପୂରଣ ହେଉନଥିବାରୁ ଆଇନଜୀବୀ ସଂଘ ପ୍ରତିବାଦ କରିବା ସହ ଧାରଣା ଦେଇଛନ୍ତି ।