ଟଙ୍କା ଲୋଭ ରେ ରୋଗୀର ସ୍ୱାସ୍ଥ୍ୟ ସହ ଖେଳୁଛନ୍ତି ଦଲାଲି କଟକ: କଟକରେ ବଢୁଛି ରକ୍ତ ଦଲାଲ ପାଦୃର୍ଭାବ । ରକ୍ତକୁ ନେଇ ଲୋକଙ୍କ ସହ ଖେଳୁଛି ଦଲାଲ । ଟଙ୍କା ଲୋଭରେ ରୋଗୀର ସ୍ୱାସ୍ଥ୍ୟ ସହ ଖେଳୁଛନ୍ତି ଦଲାଲ । ହଜାର ହଜାର ଟଙ୍କା ନେଇ ରକ୍ତ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ । ଏପରି ସ୍ଥଳେ କଟକର ରେଡ଼କ୍ରସ କେନ୍ଦ୍ରରୁ 3 ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ରକ୍ତ କିଣିବା ଉଦ୍ଦେଶ୍ୟରେ ଏକ ମୁଲଚାଲ ଚାଲିଥିବା ବେଳେ ପୋଲିସ 3 ଜଣଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି ।
ତେବେ ଏହି ରକ୍ତ ଦଲାଲ କରିବା ଦିବରର ଏହା ପଛରେ ଆଉ କେଉଁ ମାନେ ସମ୍ପୃକ୍ତି ରହିଛନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି କହିଛନ୍ତି ଏସପି ଅମିତାଭ ମହାପାତ୍ର । ଗତକାଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋନ 2ଏସ୍ପି କହିଛନ୍ତି ଯେ, ରେଡ଼କ୍ରସ ସାମ୍ନାରେ ଥିବା ଚା’ ଦୋକାନ ଆଗରେ ଏହି ଦଲାଲ ମାନେ ବସା ଉଠାକରନ୍ତି । ଆଉ ଯେଉଁମାନେ ରକ୍ତ ଆବଶ୍ୟକ ପାଇଁ ରେଡ଼କ୍ରସ ଆସନ୍ତି । ଲୋକଙ୍କ ପରିସ୍ଥିତିର ଫାଇଦା ନେଇଥାନ୍ତି ଦଲାଲ । ଯାହାର ଶିକାର ହୁଅନ୍ତି ନୀରିହ ଲୋକ ।
ତେବେ ଗତ ଗୁରୁବାର ଏହି ସଂକ୍ରାନ୍ତରେ ଏକ ଖବର ମିଳିବା ପରେ ରେଡ଼କ୍ରସ ନିକଟରେ ମଙ୍ଗଳାବାଗ ଥାନାର ଏକ ଟିମ ଅତର୍କିତ ଭାବରେ ସିଭିଲ ଡ୍ରେସରେ ଆସି ଚଢ଼ାଉ କରିଥିଲା । ତେବେ 3 ଜଣ ଦଲାଲ ଘଟଣା ସ୍ଥଳରୁ ହ୍ୟାଣ୍ଡକପ ପକାଇଥିଲା ପୋଲିସ । ତେବେ ଏହି ଘଟଣାରେ 3 ଦଲାଲଙ୍କୁ ଧରେଇବାରେ ସଫଳ ହୋଇଥଲେ ଏକ ସ୍ଥାନୀୟ ଯୁବକ । ଏକ ନିଆଁପୋଡି ରୋଗୀର ରକ୍ତ ଆବଶ୍ୟକ ଥିଲା ବେଳେ ଜଣେ ରୋଗୀଙ୍କ ସାଥି ଏହି 3 ଦଲାଲଙ୍କ ସହ ମୁଲଚାଲ କରୁଥିଲ । ସେହି ସମୟରେ ପୋଲିସ ପହଁଞ୍ଚି 3 ଜଣଙ୍କୁ ଗିରଫ କରିଛି ।
ତେବେ ଗିରଫ ସମୟରେ କିଛି ଜରୁରୀ କାଗଜପତ୍ର, 2ଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ତେବେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମଧ୍ୟ ପୋଲିସ ଆଲୋଚନା କରିଛି । ତେବେ ବିଗତ 2 ରୁ 3 ବର୍ଷ ମଧ୍ୟରେ 30ରୁ ଊର୍ଦ୍ଧ୍ବ ରକ୍ତ ଦଲାଲ ପୋଲିସ ଗିରଫ କରି ସାରିଛି । ତେବେ ଏହି 3 ଜଣ କଟକର ନୁହଁନ୍ତି । ବାହାର ଜିଲାରୁ ଆସି କଟକରେ ଏହି ଦଲାଲ କାର୍ଯ୍ୟରେ ଲିପ୍ତ ରହି ସାଧାରଣ ଲୋକଙ୍କୁ ଠକୁ ଥିବା ପୋଲିସ ସ୍ପଷ୍ଟ କରିଛି ।
ଇଟିଭି ଭାରତ, କଟକ