ଓଡିଶା

odisha

ETV Bharat / state

ଦେଢ ବର୍ଷର ଶିଶୁ ଦୁଷ୍କର୍ମ, ଅଭିଯୁକ୍ତକୁ 20 ବର୍ଷ ଜେଲ ଦଣ୍ଡାଦେଶ - ଦେଢ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା

ଦେଢ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ । ଅଭିଯୁକ୍ତକୁ 20 ବର୍ଷ ଜେଲ ଦଣ୍ଡାଦେଶ । ଅଧିକ ପଢନ୍ତୁ

man sentenced to twenty year in jail
man sentenced to twenty year in jail

By

Published : Feb 7, 2023, 9:20 AM IST

କଟକ: ବାଙ୍କୀ ଥାନା ଅଞ୍ଚଳରେ ଦେଢ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା । ଘଟଣାର 5 ବର୍ଷ ପରେ ଗୁରୁତ୍ବପୂର୍ଣ ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ । ସୋମବାର ଅଭିଯୁକ୍ତକୁ 20 ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହାସହ 10 ହଜାର ଟଙ୍କାର ଜୋରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସରକାରଙ୍କ ନିୟମ ଅନୁସାରେ ପୀଡିତାଙ୍କୁ 4 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣଙ୍କ ହେଉଛି ସୁଶାନ୍ତ କୁମାର ବେହେରା । ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇବା ପରେ ଯଦି ଜରିମାନା ଅନାଦେୟ ହୁଏ ତେବେ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ କୁହାଯାଇଛି ।

ଜୁଲାଇ 15, 2018 ମସିହାରେ କଟକ ଜିଲ୍ଲା ବାଙ୍କୀ ଥାନା ଅଧୀନରେ ଘଟିଥିଲା ଏହି ଘଟଣା । ଏନେଇ ପୀଡ଼ିତାଙ୍କ ପରିବାର ଲୋକ ବାଙ୍କୀ ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲାକୁ ଆଧାରରେ ଅଭିଯୁକ୍ତକୁ ଗିରଫ କରି ଜେଲ୍‌ ପଠାଇଥିଲେ । ୯ ଜଣ ସାକ୍ଷୀ ଓ ୧୪ଟି ଡକ୍ୟୁମେଣ୍ଟ ଆଧାର କରି କୋର୍ଟ ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଭୋଜି ଖାଇବା ପାଇଁ ଆସିଥିବା ବେଳେ ଅଭିଯୁକ୍ତ ଏହାର ସୁଯୋଗ ନେଇ ଶିଶୁକନ୍ୟାକୁ ଏକ ନିଛାଟିଆ ସ୍ଥାନକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା ।

ଗତ ଡିସେମ୍ବର ମାସରେ କନ୍ଧମାଳରେ 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲା ରାୟ ଶୁଣାଇଥିଲେ ଫୁଲବାଣୀ ପୋକସୋ କୋର୍ଟ । ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ 25ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଫୁଲବାଣୀ ପୋକସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା । ଏଥିସହ ଅଭିଯୁକ୍ତକୁ 22 ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଏଥିରେ ଅନାଦେୟ ହେଲେ ଅଧିକ ଦେଢ଼ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଥିଲା । ଏଥିସହ ପୀଡିତାଙ୍କୁ କ୍ଷତି ପୂରଣ ବାବଦରେ 6 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ କୋର୍ଟ । ଅଭିଯୁକ୍ତ ଜଣକ ହେଲେ ବ୍ରାହ୍ମଣି ଗାଁ ଥାନା ଅଞ୍ଚଳର ଗଣେଶ ବେହେରା ।

ସେହିଭଳି 2020 ମସିହା ଜାନୁଆରୀ 26 ତାରିଖରେ ପାଞ୍ଚ ବର୍ଷର ଶିଶୁ କନ୍ୟାଟି ସକାଳ ସମୟରେ ଘର ସମ୍ମୁଖରେ ଖେଳୁଥିଲା । ଏହାପରେ ଅଭିଯୁକ୍ତ ଶିଶୁ କନ୍ୟାଟିକୁ ବରା କିଣି ଦେବି କହି ଉଠାଇ ନେଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ଘଟଣାର ଦୁଇ ବର୍ଷ ପରେ ରାୟ ଶୁଣାଇଥିଲେ କୋର୍ଟ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details