କଟକ: ୨୦୧୭ ମସିହା ନଭେମ୍ବର ମାସ ୨୦ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ସ୍କୁଲ ଯାଉଥିବା ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆସିଲା ରାୟ । ଦୋଷୀ ଅନୁଜ ମଲ୍ଲିକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କଟକ ଆଡ଼ହକ୍ ଫାଷ୍ଟ୍ରାକ ପୋକ୍ସୋ କୋର୍ଟ । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ପିଡ଼ିତାକୁ କ୍ଷତିପୂରଣ ବାବଦରେ ଆଇନ ଅନୁଯାୟୀ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି କ୍ଷତିପୂରଣ । ପିଡ଼ିତାକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ଟଙ୍କା ବ୍ୟାଙ୍କରେ ଫିକ୍ସ ଡିପୋଜିଟ ଆକାରରେ ରହିବ ।
ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ ଜେଲ, ୫୦ ହଜାର ଜୋରିମାନା - ନାବାଳିକା ଦୁଷ୍କର୍ମ ମାମଲାରେ ଅଭଯୁକ୍ତକୁ ୧୦ ବର୍ଷ ଜେଲ
୨୦୧୭ ମସିହା ନଭେମ୍ବର ମାସ ୨୦ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ସ୍କୁଲ ଯାଉଥିବା ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆସିଲା ରାୟ । ଦୋଷୀ ଅନୁଜ ମଲ୍ଲିକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କଟକ ଆଡ଼ହକ ଫାଷ୍ଟ୍ରାକ ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ
ନାବାଳିକା ଦୁଷ୍କର୍ମ ମାମଲାରେ କାରାଦଣ୍ଡାଦେଶ: ଅଭଯୁକ୍ତକୁ ୧୦ ବର୍ଷ ଜେଲ, ୫୦ ହଜାର ଜୋରିମାନା
୨୦୧୭ ମସିହା ନଭେମ୍ବର ମାସ ୨୦ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ସ୍କୁଲ ଯାଉଥିବା ୧୦ ବର୍ଷୀୟା ନାବାଳିକାଙ୍କୁ ସଂସ୍ଥାରେ ସିକ୍ୟୁରିଟ ଗାର୍ଡ ଥିବା ଅନୁଜ ମଲ୍ଲିକ ନିଜ ଘରକୁ ଟେକିନେଇ ଦୁଷ୍କର୍ମ କରିଥିଲା । ଏନେଇ ପିଡ଼ିତାର ମା’ଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ଏହି ଘଟଣାରେ ମାମଲା ରୁଜ୍ଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୨ଟି ତଥ୍ୟ ପ୍ରମାଣକୁ ଆଧାର କରି କଟକ ଆଡ଼ହକ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ପବ୍ଲିକ ପ୍ରୋସେକ୍ୟୁଟର ବିଶ୍ୱଜିତ ରାୟ ଏହି ମାମଲାର ପରିଚାଳନା କରୁଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ