କଟକ: ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ପାଇଁ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ଅଭିଯୋଗ l ମୃତ ଶ୍ରମିକ ହେଲେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କୋଲଣପୁର ଗାଁର ଦୀପକ ସାମଲ । ମଙ୍ଗଳବାର ସକାଳ 9ଟା ସମୟରେ ସାଲେପୁର ଥାନା କେନ୍ଦୁପାଟଣା ଜହ୍ନିଆ ଛକ ଠାରେ କାମ କରୁଥିବା ସମୟରେ 33 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ - 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ
ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ଯୋଗୁଁ ଅକାଳରେ ଚାଲିଗଲା ଜଣେ ଶ୍ରମିକର ଜୀବନ। ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
କ୍ଷତିପୂରଣ ଦାବିରେ କଟକ ଚାନ୍ଦବାଲି ରାସ୍ତାର କେନ୍ଦୁପାଟଣା ଛକରେ ମୃତଦେହ ରଖି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ l ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ