ଓଡିଶା

odisha

ETV Bharat / state

ସୀମା ଟପିଲା ବର୍ବରତା, ମାଲିକାଣୀ ଘରକୁ ସୁରକ୍ଷା ଦେବାରୁ କୁକୁରକୁ ହାଣିଦେଲେ ଯୁବକ - କୁକୁରକୁ ହାଣିଦେଲେ ଯୁବକ

କଟକ ନିମସାହି ଅଞ୍ଚଳରେ ଅଭାବନୀୟ ଘଟଣା । ମାଲିକାଣୀ ଘରକୁ ସୁରକ୍ଷା ଦେବାରୁ କୁକୁରକୁ ହାଣିଦେଲେ ଯୁବକ । ଅଧିକ ପଢ଼ନ୍ତୁ

man attacks on dog
କୁକୁରକୁ ହାଣିଦେଲେ ଯୁବକ

By

Published : May 21, 2023, 8:29 PM IST

କୁକୁରକୁ ହାଣିଦେଲେ ଯୁବକ

କଟକ: ସୀମା ଟପିଲା ବର୍ବରତା, ପୋଷା କୁକୁରକୁ ହାଣି ଦେଲେ ଯୁବକ । କଟକ ନିମସାହି ଅଞ୍ଚଳରେ ରହୁଥିବା କଳ୍ପନା ଦାସଙ୍କ ପୋଷା କୁକୁରକୁ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହାଣି ଦେଇଥିବା ଅଭିଯୋଗ ହୋଇଛି । କୁକୁର ଦୋଷ ଏତିକି ଥିଲା କି, ସେ ମାଲିକାଣୀ ଘରକୁ ସୁରକ୍ଷା ଦେଉଥିଲା । ଯୁବକଙ୍କ ଆକ୍ରମଣ କୁକୁରର ଅବସ୍ଥା ସଂକଟାପନ୍ନ ରହିଛି । ଏହି ଘଟଣାକୁ ନେଇ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି କୁକୁର ମାଲିକାଣୀ ।

ସୂଚନା ଅନୁସାରେ, କିଛି ଦିନ ହେବ କଳ୍ପନାଙ୍କ ବାଡି ନିକଟରେ କିଛି ଅସାମାଜିକ ଯୁବକ ଆସି ଆଡ୍ଡା କରୁଥିଲା ବେଳେ ଏହାକୁ ସେ ବିରୋଧ କରୁଥିଲେ । ଏହାପରେ ମାଲିକାଣୀକୁ ସୁରକ୍ଷା ଦେବା ପାଇଁ କୁକୁରଟି ଆଗେଇ ଆସିଥିଲା ଓ ଉକ୍ତ ଯୁବକଙ୍କୁ ମଧ୍ୟ କାମୁଡି ଦେଇଥିଲା। ଏଥିରେ ଯୁବକ ଜଣକ ଉତ୍ୟକ୍ତ ହୋଇପଡ଼ିଥିଲେ । କୁକୁରକୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଏମିତି କି କୁକୁରର ମୁଣ୍ଡକୁ ଦୁଇରୁ ତିନି ଥର ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲେ ବୋଲି କଳ୍ପନା ଅଭିଯୋଗ କରିଛନ୍ତି । ଯାହା ଫଳରେ କୁକୁରଟି ଗୁରୁତର ଭାବେ ଆହତ ହୋଇଥିଲା । ଏହାପରେ କଳ୍ପନା ତାଙ୍କ କୁକୁରକୁ ଧରି ଚିକିତ୍ସା କରିବା ପାଇଁ କଟକ ବକ୍ସିବଜାର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପହଞ୍ଚି ତାର ଚିକିତ୍ସା କରାଇଛନ୍ତି । ହେଲେ କୁକୁରଟିର ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ତା ଦେହରେ ଜ୍ଵର ମଧ୍ଯ ୧୦୪ ଡିଗ୍ରୀ ରହିଛି । ଯାହା ଫଳରେ ଜ୍ଵର କମିଲେ ସର୍ଜରୀ କରାଯିବ ବୋଲି ଡାକ୍ତର କହିଛନ୍ତି । ଏହି ଘଟଣାକୁ ନେଇ କଳ୍ପନା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ପଶୁପ୍ରେମୀ । ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ଯୁବକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । କୁକୁରର ମାଲିକାଣୀ କହିଛନ୍ତି ଯେ, "ଘର ପଛପଟେ କିଛି ପିଲା ଆସି ବସି ଖଟି କରନ୍ତି ଏବଂ ଘରକୁ ଖରାପ ଦୃଷ୍ଟିରେ ମଧ୍ୟ ଦେଖନ୍ତି । ଏନେଇ ସେମାନଙ୍କୁ ଅନେକ ଥର ବସିବା ପାଇଁ ବାରଣ ମଧ୍ୟ କରିଛି । ସବୁ ଘଟଣାକୁ ପାଳିତ କୁକୁର ସଞ୍ଜୁ ଦେଖେ । ଉକ୍ତ ଯୁବକମାନେ ଅତୀତରେ ଅନେକ ଥର କୁକୁରକୁ ଗୋଡ଼ି ପଥର ମାରନ୍ତି । କିନ୍ତୁ ଏଇ କିଛିଦିନ ତଳେ କୌଣସି ମତେ କୁକୁରର ଚେନ୍‌ ଖୋଲି ଯାଇଥିଲା । ସେଠାରେ ଯୁବକମାନେ ବୁଲୁଥିବା ଦେଖି କୁକୁର ସେମାନଙ୍କୁ ଗୋଡ଼ାଇଥିଲା ଏବଂ କାମୁଡି ଦେଇଥିଲା । ଏହାପରେ ପିଣ୍ଟୁ ସାମଲ ଘର ଭିତରୁ ଏକ ଧାରୁଆ ଖଣ୍ଡା ଆଣି ତାକୁ ହାଣିବା ପାଇଁ ଉଦ୍ୟମ କରିଥିଲା । ପ୍ରଥମ ଥର ଏବଂ ୨ୟ ଥର ଏହା ଫେଲ ମାରିଥିଲା ହେଲେ ୩ୟ ଥରରେ ଖଣ୍ଡାଟି ଯାଇ ସିଧା କୁକୁରର ଆଖି ପାଖରେ ବାଜିଥିଲା । ସେ ବଞ୍ଚିଯାଇଛି ସତ, ହେଲେ ଆଖି ପାଖ କ୍ଷତଟି ଗମ୍ଭୀର ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଇଟିଭି ଭାରତ,କଟକ

ABOUT THE AUTHOR

...view details